Advertisment

Artificial Rain: କ୍ଲାଉଡ ସିଡିଂ ଜରିଆରେ ହେବ ବର୍ଷା, ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ବିଶ୍ବର ଅନେକ ଦେଶରେ କୃତ୍ରିମ ବର୍ଷା ପୂର୍ବରୁ କରାଯାଇଛି । ୟୁଏଇ ମୁଖ୍ୟତଃ ବିଶ୍ୱର ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ।

author-image
Manasranjan Mohanty
ଅଦ୍ୟତନ ହୋଇଛି
rain

rain

ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ କରିବା ପାଇଁ ପ୍ରଥମ ଥର ଆର୍ଟିଫିସିୟଲ ବା କୃତ୍ରିମ ବର୍ଷା କରାଯିବ । ଆଇଆଇଟି କାନପୁରର ଏକ ଟିମ କ୍ଲାଉଡ ସିଡିଂ ଜରିଆରେ ପୁରା ପ୍ରକ୍ରିୟା କରିବେ । ୨୦୨୩ରୁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବା ନେଇ ଯୋଜନା ଚାଲିଛି । 

Advertisment

ଦିଲ୍ଲୀ ସରକାର ଏହି ପରୀକ୍ଷା ପାଇଁ ୩.୨୧ କୋଟି ବ୍ୟୟ ନିର୍ଦ୍ଧାରଣ କରିଛନ୍ତି। ପୂର୍ବରୁ ଜୁଲାଇ ଓ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା, କିନ୍ତୁ ଅନୁକୂଳ ମୌସୁମୀ ପରିସ୍ଥିତି ନଥିବାରୁ ବିଳମ୍ବ ହୋଇଥିଲା। ଏହା ଦିଲ୍ଲୀରେ ପ୍ରଥମ ଥର ପାଇଁ କରାଯାଉଛି, ଯଦିଓ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଏହି ପ୍ରଣାଳୀ ପୂର୍ବରୁ ପରୀକ୍ଷଣ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧାର ପାଇଁ ଏହି ନୂତନ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। 

ଏଭଳି କ୍ଲାଉଡ ସିଡିଂ ବର୍ଷା ୨୦୧୭ରେ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ କରାଯାଇଥିଲା । ସେଠାରେ ସାମାନ୍ୟରୁ ୧୮ ପ୍ରତିଶତ ବର୍ଷା ହୋଇଥିଲା । ପ୍ରଥମେ ଏହି ଟ୍ରାଏଲ ଜୁଲାଇରେ ହେବାର ଥିଲା । କିନ୍ତୁ ପାଣିପାଗ ବୈଜ୍ଞାନିକଙ୍କ ପରାମର୍ଶ ପରେ ଏହାକୁ ବାତିଲ କରି ଦିଆଯାଇଥିଲା । କୃତ୍ରିମ ବର୍ଷାରେ ଆଇଆଇଟି କାନପୁରର ଏକ ସ୍ପେଶାଲ ଏୟାରକ୍ରାପ୍ଟ  ବ୍ୟବହାର କରାଯିବ । ଏଥିରେ କ୍ଲାଉଡ ସିଡିଂ ଉପକରଣ ରହିଛି । ଅନୁଭବୀ ପାଇଲଟ ଏହାକୁ ଚଲାଇବେ ।

Advertisment

ଦିଲ୍ଲୀ ସରକାରଙ୍କ ଲକ୍ଷ୍ୟ ରହିଛି ଶୀତ ଦିନ ଆସିବା ପୂର୍ବରୁ ବାୟୁର ଗୁଣବତ୍ତାକୁ ସୁଧାରିବେ । କାରଣ ଶୀତ ଦିନରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ହୁଏ । ଏହି ଯୋଜନା ଏନଭାର୍ମେଣ୍ଟ ଆକ୍ସନ ପ୍ଲାନ ୨୦୨୫ର ଅଂଶ । ଟ୍ରାଏଲରୁ ଯେଉଁ ତଥ୍ୟ ମିଳିବ ତାହା ଭବିଷ୍ୟତର କ୍ଲାଉଡ ସିଡିଂକୁ ବଡ଼ ଆକାରରେ କରିବାରେ ସହାୟକ ହେବ ।

ବିଶ୍ବର ଅନେକ ଦେଶରେ କୃତ୍ରିମ ବର୍ଷା ପୂର୍ବରୁ କରାଯାଇଛି । ୟୁଏଇ ମୁଖ୍ୟତଃ ବିଶ୍ୱର ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିସହ ଖରା ଦିନେ ଏଠାକାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ଯାଇଥାଏ। ଏହି ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ କ୍ଲାଉଡ ସିଡିଂ ବା କୃତ୍ରିମ ବର୍ଷା ଟେକନୋଲଜିକୁ ବ୍ୟବହାର କରାଯାଇଥାଏ।

ମୁଖ୍ୟତଃ କୁତ୍ରିମ ଉପାୟରେ ପାଣିପାଗକୁ ପରିବର୍ତ୍ତନ କରାଯାଇ କୁତ୍ରିମ ବର୍ଷା ବା କ୍ଲାଉଡ ସିଡିଂ କରାଯାଇଥାଏ। ଏଥିରେ ଆକାଶରେ ଥିବା ମେଘ ଖଣ୍ଡ ଉପରକୁ ଏକ ପ୍ରକାର ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଇଥାଏ। ସିଲଭର ଆୟୋଡାଇଡ ବା ପୋଟାସିୟମ ଆୟୋଡାଇଡ ନାମକ ରସାୟନିକ ପଦାର୍ଥକୁ ବାଦଲ ଖଣ୍ଡ ଉପରକୁ ସ୍ପ୍ରେ କଲେ ତାହା ବର୍ଷା ରୂପେ ତଳକୁ ଆସିଥାଏ। ଏଥିନିମନ୍ତେ ଛୋଟ ଛୋଟ ଏୟାର କ୍ରାଫ୍ଟକୁ ବ୍ୟବହାର କରାଯାଇଥାଏ।

Advertisment
Related Articles
Advertisment