Advertisment

ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ ! ସିଟ୍ ବେଲ୍ଟ ପିନ୍ଧିନଥିବାରୁ ଦୁର୍ଘଟଣାରେ ଗଲା ଜୀବନ

ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Cyrus Mistry Was Not Wearing Seat Belt

ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍‌ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ। ମର୍ସିଡିଜ୍ ବେଞ୍ଜ ଭଳି ଅତ୍ୟାଧୁନିକ କାର୍‌ ପଛସିଟ୍‌ରେ ବସିଥିଲେ ବି ସିଟବେଲ୍ଟ ପିନ୍ଧିନଥିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି। ଏଭଳି ଦାୟିତ୍ୱହୀନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଦେଶରେ ପ୍ରତି ଘଣ୍ଟାରେ ୧୮ ଜଣଙ୍କ ଜୀବନ ଯାଉଥିବା ଜଣାପଡ଼ିଛି।

Advertisment

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ମର୍ସିଡିଜ୍ ବେଞ୍ଜ କାର୍ ଡିଭାଇଡରରେ ପିଟି ହୋଇଯିବା ପରେ ସାମ୍ନା ପଟର ବାମ କଡ଼ ଛିନ୍‌ଛତ୍ର ହୋଇଯାଇଛି।ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଠିକଣା ସମୟରେ କାହିଁକି ସୁରକ୍ଷା ଦେଇପାରିଲାନି ଏହି ମର୍ସିଡିଜ୍ ବେଞ୍ଜ୍? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ସିଟବେଲ୍ଟ ନିୟମ ଉଲ୍ଲଂଘନର ସାଂଘାତିକ ସତ। କୁହାଯାଉଛି, ଗୁଜରାଟ୍ର ଉଦ୍ଓ୍ବାଡ଼ାରୁ ମୁମ୍ବାଇ ଅଭିମୁଖେ ଅନ୍ୟ ୩ ଜଣଙ୍କ ସହ ଯିବାବେଳେ ପଛସିଟ୍‌ରେ ବସିଥିଲେ ସାଇରସ୍। କିନ୍ତୁ ଦୁର୍ଯୋଗକୁ ପିନ୍ଧିନଥିଲେ ସିଟ୍ ବେଲ୍ଟ। କେବଳ ସେ ନୁହଁନ୍ତି, ଅନ୍ୟତମ ସହଯାତ୍ରୀ ଜାହାଙ୍ଗୀର ପାଣ୍ଡୋଲ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିନଥିଲେ।

କାରଟି ହଠାତ୍ ଡିଭାଇଡର୍‌ରେ ପିଟି ହୋଇଯିବା ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଡ୍ରାଇଭର ସିଟ୍ରେ ଥିବା ଡାକ୍ତର ଅନହିତା ପାଣ୍ଡୋଲ ଏବଂ ଆଗରେ ବସିଥିବା ତାଙ୍କ ସ୍ୱାମୀ ଡାରିୟସ୍ ପାଣ୍ଡୋଲ ଗୁରୁତର ଆହତ ହୋଇଛନ୍ତି। ଅର୍ଥାତ ସିଟବେଲ୍ଟ ପିନ୍ଧିଥିଲେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥାନ୍ତେ ସାଇରସ୍ ଓ ଜାହାଙ୍ଗୀର। 

Advertisment

ଯେଉଁ ମର୍ସିଡିଜ୍ ବେଞ୍ଜରେ ସାଇରସ ଯାତ୍ରା କରୁଥିଲେ, ତାହା ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଥିବା ବିଳାସମୟ ଓ ବହୁଳ ମାତ୍ରାରେ ବିକ୍ରି ହେଉଥିବା କାର୍। ଯେଉଁଠି ଯାତ୍ରୀଙ୍କ ସୁରକ୍ଷା ପାଇଁ ୭ଟି ଏୟାରବ୍ୟାଗ୍ ସହ ସବୁ ପ୍ରକାରର ଉପକରଣ ଖଞ୍ଜାଯାଇଛି। ତେବେ ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ। ତେଣୁ ଯାତ୍ରା କଲାବେଳେ ଆଗ ଓ ପଛ ଉଭୟ ଜାଗାରରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ଯେ କେତେ ଜରୁରୀ ତାହା ସମସ୍ତେ ଜାଣିରଖିବା ଦରକାର।

ଏଭଳି ଦାୟିତ୍ୱହୀନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାଜରାସ୍ତାରେ ଅନେକ ଲୋକଙ୍କ ଜୀବନ ଯାଉଛି। NCRBର ତଥ୍ୟ ବି କହୁଛି, ଦେଶରେ ଏଭଳି ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୪୨୬ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ପ୍ରତି ଘଣ୍ଟାରେ ପ୍ରାଣ ହରାଉଛନ୍ତି ୧୮ ଜଣ। କେବଳ ଗତବର୍ଷ ଦେଶରେ ୪ ଲକ୍ଷ ୩ ହଜାର ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାରରୁ ଅଧିକ ଜୀବନ ଯାଇଛି। ସେହିପରି ଓଡ଼ିଶାରେ ବି ମୃତ୍ୟୁହାର କିଛି କମ୍ ନୁହଁ। ଗତବର୍ଷ ୧୦ ହଜାର ୯୮୩ଟି ସଡ଼କ ଦୁର୍ଘଟଣାରେ ୫ ହଜାର ୮୧ ଜଣଙ୍କ ପ୍ରାଣହାନୀ ହୋଇଛି। ଯାହା ୨୦୨୦ ତୁଳନାରେ ୭ ପ୍ରତିଶତ ଅଧିକ। 

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ 

Cyrus Mistry Cyrus Mistry Death Cyrus Mistry Car Accident
Advertisment
Advertisment