Advertisment

ପଛ ସିଟ୍‌ରେ ବସିଥିଲେ, ସିଟ୍‌ ବେଲ୍ଟ ପିନ୍ଧି ନଥିଲେ ସାଇରସ୍‌ ମିସ୍ତ୍ରୀ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍‌ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍‌ରେ ସାଇରସ୍‌ ବସିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyrus Mistry Wasn't Wearing Seat Belt Sources

Cyrus Mistry Wasn't Wearing Seat Belt Sources

କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry)ଙ୍କ ମୃତ୍ୟୁ ଘଟିଛି। ଏଥିରେ ଗାଡ଼ିରେ ଥିବା ଜଣେ କୋ-ପାସେଞ୍ଜର ଜେହାଙ୍ଗିର ପାଣ୍ଡୋଲେଙ୍କ ମଧ୍ୟ ଜୀବନ ଚାଲି ଯାଇଛି। ସବୁଠାରୁ ବଡ଼ କଥା ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି।

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍‌ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍‌ରେ ସାଇରସ୍‌ ବସିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ମହାରାଷ୍ଟ୍ର ପାଲଘର ନିକଟ ଚାରୋତି ଅଞ୍ଚଳରେ ସାଇରସ୍‌ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ଟି ଦ୍ରୁତ ଗତିରେ ଥିଲା। ତେବେ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଅନାହିତା ପାଣ୍ଡୋଲେ ଗାଡ଼ି ଡ୍ରାଇଭ କରୁଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ସମୟରେ କାର୍‌ରେ ୪ ଜଣ ଥିବାବେଳେ ସାଇରସ୍‌ ଓ ଜେହାଙ୍ଗିରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସାଇରସ୍ ମିସ୍ତ୍ରୀ ଭାରତୀୟ ମୂଳର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ ପଲୋନଜୀ ଶାପୁରଜୀ ମିସ୍ତ୍ରୀଙ୍କ ପୁଅ। ସୂଚନାଥାଉ କି, ୨୦୧୨ରେ ରତନ ଟାଟାଙ୍କ ଇସ୍ତଫା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ ପଦ ମିଳିଥିଲା। 

Cyrus Mistry Cyrus Mistry Death Cyrus Mistry Car Accident
Advertisment
Advertisment