/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748667461.jpg)
CRPF ASI Arrested
ପାକ୍ ମହିଳା ଅଧିକାରୀଙ୍କ ଗୁଇନ୍ଦାଗିରି । ସାମ୍ବାଦିକାର ପରିଚୟ ଦେଇ ASIଙ୍କଠାରୁ ଚୋରାଇଛନ୍ତି ଗୁପ୍ତ ତଥ୍ୟ । ସେପଟେ ମହିଳାଙ୍କୁ ତଥ୍ୟ ଦେଇ ବନ୍ଧାହେଲେ CRPF ASI । ନିଜକୁ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ ଏହି ମହିଳା । ଯେଉଁଥିପାଇଁ ସେ ମାସିକ ୩୫୦୦ ଏବଂ ଅଧିକ ତଥ୍ୟ ବାବଦକୁ ୧୨ହଜାର ଲେଖାଏଁ ପ୍ରଦାନ କରୁଥିଲେ ।
ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ପୂରା ତତ୍ପର ସୁରକ୍ଷା ଏଜେନ୍ସି । ଗୁଇନ୍ଦାଗିରି କରୁଥିବା ଲୋକଙ୍କୁ ଖୋଜି ଖୋଜି ବାହାର କରାଯାଉଛି । ସମସ୍ତଙ୍କ ଉପରେ ରହିଛି କଡ଼ା ନଜର । ଏହି କ୍ରମରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) ର ଜଣେ ASIଙ୍କୁ ଦିଲ୍ଲୀରୁ ଗିରଫ କରିଛି NIA । ପାକିସ୍ତାନର ଜଣେ ଅଧିକାରୀ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସମ୍ପୃକ୍ତ ASIଙ୍କ ସହ ସମ୍ପର୍କରେ ଥିବା ଜଣାପଡ଼ିଛି । ଗିରଫ ହୋଇଥିବା ASI ମୋତି ରାମ ଜାଟଙ୍କୁ ପହଲଗାମ ଆଟାକ୍ ପୂର୍ବରୁ ଅର୍ଥାତ୍ ଏପ୍ରିଲ୨୨ ତାରିଖରେ ଦିଲ୍ଲୀକୁ ବଦଳି କରାଯାଇଥିଲା ।
CRPF ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାଟ୍ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଯିଏକି ନିଜକୁ ଚଣ୍ଡିଗଡର ଏକ ନାମୀ ଟିଭି ଚ୍ୟାନେଲ ରିପୋର୍ଟର ବୋଲି ପରିଚୟ ଦେଇଥିଲେ । ମହିଳା ଜଣଙ୍କ ମୋତି ରାମ ଜାଟ୍ଙ୍କୁ କଲ୍, ମେସେଜ ଓ ଭିଡିଓ କଲ୍ ମଧ୍ୟ କରିଥିଲେ । ଧୀରେ ଧୀରେ ମୋତି ରାମ ସେହି ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସେୟାର କରିବାକୁ ଲାଗିଲେ । CRPF ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ମୋତିରାମ ତାଙ୍କ ଫୋନରୁ କୌଣସି ଚାଟ୍ ଡିଲେଟ୍ କରି ନାହାନ୍ତି । ସୁରକ୍ଷାକର୍ମୀ କେଉଁଠି କେତେ ନିୟୋଜିତ ହୋଇଛନ୍ତି ସେନେଇ ଗୁରୁତ୍ୱପୂର୍ଣ୍ଣ ପିଡିଏଫ ସେୟାର କରିଥିବା ଚାଟ୍ରେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)