Covid Case Detected
ଭୁବନେଶ୍ୱର ପରେ କଟକରେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । କଟକ ସହରରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ CDMO ପ୍ରଶାନ୍ତ ହୋତା । ଆକ୍ରାନ୍ତଙ୍କର ବୟ ୪୪ ବର୍ଷ ହୋଇଥିବାବେଳେ ତାଙ୍କର ନିକଟରେ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା ରହିଛି । ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟିନରେ ରହିଛନ୍ତି ।
ଦେଶରେ ବଢିଚାଲିଛି କୋଭିଡ ମାମଲା । ଗତ ୨୨ ତାରିଖରେ ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ ଚିହ୍ନଟ ମାମଲା ଚିହ୍ନଟ ହୋଇଥିଲା। ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ୱର ଫେରିଥିବା ୭୫ ବର୍ଷୀୟ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ବର୍ତ୍ତମାନ କଟକରେ ଦ୍ୱିତୀୟ ମାମଲା ସାମନାକୁ ଆସିଛି । ଗତକାଲି ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସଜାଗ ଥିବା ସୂଚନା ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଥିଲେ, "କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି । ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି । ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)