• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଲ୍ଲୀପଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍। ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଏହି ଚଢାଉରେ ୩ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି), ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ବାରା ଚଢାଉ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ନିମ୍ନଲିଖିତ ସ୍ଥାନମାନଙ୍କରେ ଚାଲିଛି ଚଢାଉ:

ବ୍ରହ୍ମପୁର ଧର୍ମନଗରର ସ୍ପେକ୍ଟ୍ରମ ରୟାଲରେ ଥିବା ଏକ ୨ ବିଏଚକେ ଫ୍ଲାଟ,

ମୟୂରୀ ବିହାରରେ ଥିବା ଏକ ଦୁଇ ମହଲା କୋଠା,

ବ୍ରହ୍ମପୁରରେ R&B ଡିଭିଜନ-୧ରେ ଥିବା ଅଫିସ,

ଭୁବନେଶ୍ବର ସହିଦ ନଗରସ୍ଥିତ ଏଭୋସ ଏକ୍ସୋଟିକା ଆପାର୍ଟମେଣ୍ଟରେ ଥିବା ୩ ବିଏଚକେ ଫ୍ଲାଟ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...