ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ହଙ୍ଗାମା । କିଛି ବିଧାୟକ ଧାରା ୩୭୦ ନେଇ ବିଧାନସଭା ଗୃହ ଭିତରେ ବ୍ୟାନର ଦେଖାଇଥିଲେ । ଏହାକୁ ବିରୋଧୀ ଦଳ ନେତା ସୁନୀଲ ଶର୍ମା ବିରୋଧ କରିଥିଲେ । ଏନେଇ ହଙ୍ଗାମା ହେବାରୁ ଗୃହ ମୁଲତବୀ ହୋଇଥିଲା । ଏହା ପରେ ଗୃହ ପୁଣି ଆରମ୍ଭ ହେବା ମାତ୍ରେ ବିଧାନସଭା ଭିତରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା।
ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ । ତେବେ ପ୍ରଥମେ ବ୍ୟାନର୍ଟି ବରମୁଲ୍ଲା ଲୋକସଭା MP ଇଞ୍ଜିନିୟର୍ ରସିଦ୍ଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ୍ ଦେଖାଇଥିବା ଜଣାପଡ଼ିଛି । ବ୍ୟାନର୍ ଦେଖାଇବା ପରେ ପରେ ହିଁ ଗଣ୍ତଗୋଳ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ପାଞ୍ଚ ଦିନିଆ ବିଧାନସଭା ଅଧିବେଶନ ଚାଲିଛି । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ବିଧାନସଭା କାର୍ଯ୍ୟକ୍ଷମ ହୋଇଥିଲା।
ଅଧିକ ପଢ଼ନ୍ତୁ: ନୂଆ ରେକର୍ଡ କଲା ଭାରତୀୟ ରେଳ: ୨୪ ଘଣ୍ଟାରେ ଯାତ୍ରା କଲେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାଠାରୁ ଅଧିକ ଯାତ୍ରୀ
Also Read
#ବିଧାନସଭାରେ_ମୁଥ_ମରାମରି
— ଓଟିଭି (@otvkhabar) November 7, 2024
ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା । ବିଧାନସଭାରେ ଧାରା ୩୭୦ ବ୍ୟାନର ଦେଖାଇବାକୁ ନେଇ ହଙ୍ଗାମା । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି । #JammuAndKashmir #Article370 #OTV pic.twitter.com/3XlnzOyv0D
ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପିର ସଦସ୍ୟମାନେ ଧାରା ୩୭୦ କୁ ନେଇ ବିରୋଧ କରିଥିଲେ । ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ସୁନୀଲ ଶର୍ମା ଏହି ସଂକଳ୍ପ ଉପରେ ଭାଷଣ ଦେଉଥିବା ବେଳେ ଲଙ୍ଗେଟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଆୱାମୀ ଇତ୍ତେହାଡ୍ ପାର୍ଟିର ବିଧାୟକ ଖୁରସିଦ ଅହମ୍ମଦ ଶେଖ୍ ବ୍ୟାନର ପ୍ରଦର୍ଶନ କରିଥିଲେ ।
ଏହାର ଜବାବରେ ବିଜେପି ସଦସ୍ୟମାନେ ବ୍ୟାନର ଛଡ଼ାଇ ଚିରି ଦେଇଥିଲେ । ଏହି ସମୟରେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ଧାରା ୩୭୦ ଏବଂ ୩୫ (A) କୁ ପୁଣି ଜାମ୍ମୁ କାଶ୍ମୀରରେ ଲଗାଇବା ପାଇଁ ଅପିଲ୍ କରିଥିଲେ । ତେବେ ବାଚସ୍ପତିଙ୍କ ଦ୍ୱାରା ସଂକଳ୍ପ ପତ୍ର ପାରିତ ହେବା ପରେ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ସଂକଳ୍ପ ପତ୍ର ଜାମ୍ମୁ କାଶ୍ମୀର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି ।
ତେବେ ଗତ ସୋମବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରଠାରୁ ହିଁ ବିଶୃଙ୍ଖଳା ଲାଗି ରହିଆସିଛି । ପ୍ରଥମ ଦିନରେ PDP MLA ୱାହିଦ ପାରା ଧାରା ୩୭୦ ରଦ୍ଦକୁ ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ପ୍ରଥମ ଦିନରୁ ବିବାଦ ଲାଗିରହିଛି ।
ସୂଚନାଯୋଗ୍ୟ, ଧାରା ୩୭୦ ସମ୍ବିଧାନରେ ଏକ ବ୍ୟବସ୍ଥା ଥିଲା, ଯାହା ଜାମ୍ମୁ କାଶ୍ମୀର ଅଞ୍ଚଳକୁ ସ୍ୱତନ୍ତ୍ର କରି ରଖିଥିଲା । ପ୍ରତିରକ୍ଷା, ଯୋଗାଯୋଗ ଏବଂ ବୈଦେଶିକ ବ୍ୟାପାର ବ୍ୟତୀତ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମଧ୍ୟ ଏହି ରାଜ୍ୟର ନିଜସ୍ୱ ସମ୍ବିଧାନ, ପତାକା ଥିଲା । ଅଗଷ୍ଟ ୫, ୨୦୧୯ରେ, କେନ୍ଦ୍ର ସରକାର ଧାରା ୩୭୦ କୁ ପ୍ରତ୍ୟାହାର କରି ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଜାମ୍ମୁ କାଶ୍ମୀର ଏବଂ ଲଦାଖ ନାମରେ ଭାରତରେ ଦୁଇଟି ରାଜ୍ୟ ମାନ୍ୟତା ପାଇଲା ।