ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଷ୍ଟାର୍ ପ୍ରଚାରକ ଭାବେ ଘୋଷଣା କରିଛି ଦଳ । ଏଥିସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ପିୟୂଷ ଗୋୟଲ, ଶିବରାଜ ସିଂ ଚୌହ୍ବାନ, ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଯୋଗୀ ଆଦିତ୍ୟନାଥ, ଦେବେନ୍ଦ୍ର ଫଡ଼ନଭିସ, ହିମନ୍ତ ବିଶ୍ବଶର୍ମା, ସ୍ମୃତି ଈରାନୀ ଓ ଅନୁରାଗ ଠାକୁର ପ୍ରମୁଖ ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ।
Also Read
ସେପଟେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏନେଇ ଆଲୋଚନା ହେଉଥିବା ସୂଚନା ମିଳିଛି । ଦିଲ୍ଲୀର ୧୧ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ବାକି ଥିବା ବେଳେ, ବୈଠକରେ ଏନେଇ ଆଲୋଚନା ହୋଇପାରେ । ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ, ତାଙ୍କୁ ସ୍ବାଗତ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଅଧିକ ପଢ଼ନ୍ତୁ: ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ହାଓଡ଼ା-କାଲକା ମେଲ୍
ସୂଚନା ଅନୁସାରେ ଜାନୁଆରୀ ୭ରେ ବାଜିଥିଲା ଦିଲ୍ଲୀ ଭୋଟ୍ ବିଗୁଲ । ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ । ଏନେଇ ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଜାନୁଆରୀ ୧୦ରେ ପ୍ରକାଶ ପାଇଥିଲା ଦିଲ୍ଲୀ ଇଲେକ୍ସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଜାନୁଆରୀ ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ପରଦିନ ସ୍କ୍ରୁଟିନି ଓ ଜାନୁଆରୀ ୨୦ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଫେବ୍ରୁଆରୀ ୫ରେ ଭୋଟ ଗ୍ରହଣ ପରେ ଫେବ୍ରୁଆରୀ ୮ ଶନିବାର ଦିନ ହେବ ଭୋଟ୍ ଗଣତି ।