Advertisment

ଗୁଜରାଟରେ ଭୂପେନ୍ଦ୍ର ସରକାର 2.0: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gujarat Oath-taking Ceremony

Bhupendra Patel Takes Oath For Second Time As Gujarat CM

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପି ର ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ।  ଗୁଜରାଟରେ ରେକର୍ଡ ସଂଖ୍ୟକ ସିଟ୍‌ରେ ବିଜେପି ବିଜୟ ହେବା ପରେ ଆଜି ଗାନ୍ଧିନଗରରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା।

Advertisment

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ମୋଟ୍ ୧୫୬ ଆସନ ପାଇଥିବା ବେଳେ ଅତି ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ କୁ ମାତ୍ର ୧୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅପରପକ୍ଷେ ପ୍ରଥମ ଥର ପାଇଁ ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିଥିବା ଆମ୍ ଆଦ୍‌ମୀ ପାର୍ଟି ସପକ୍ଷରେ ପଡ଼ିଥିଲା ମାତ୍ର ୫ଟି ଆସନ। ଦିଲ୍ଲୀ ଓ ପଞ୍ଜାବ ପରେ ଆମ୍ ଆଦ୍‌ମୀ ପାର୍ଟି ଗୁଜରାଟରେ କିଛି କମାଲ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେଭଳି କିଛି ହୋଇନଥିଲା।

ଅଧିକ ପଢ଼ନ୍ତୁ: ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ଜନାଦେଶ ଅଭିଭୂତ କରିଛି। ଗୁଜରାଟରେ ଏଥର ଚମତ୍କାର ହୋଇଛି। ଲୋକେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜେପି ପ୍ରତି ବଢୁଥିବା ଜନସମର୍ଥନ ପରିବାରବାଦ ବିରୋଧରେ ଆକ୍ରୋଶ ବୋଲି ମୋଦି କହିଥିଲେ।

Advertisment
Gujarat Polls Bhupendra Patel
Advertisment
Advertisment