Advertisment

Bengaluru Tragedy: ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା

ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ର ବିଜୟ ଉତ୍ସବ ଚାଲିଥିଲା । ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା । ଜଣେ ମୃତକଙ୍କ ବାପା କାନ୍ଦି କାନ୍ଦି ପୁଅର ପୋଷ୍ଟମୋର୍ଟମ କରିବାକୁ କହୁଥିବା ଭଳି ଛାତିଥରା ଚିତ୍ର ସାମ୍ନାକୁ ଆସିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Bengaluru Stampede

Bengaluru Stampede

RCB ର ବିଜୟ ଉତ୍ସବବେଳେ ଦଳାଚକଟା ଘଟଣା । ଆଖି ଓଦା କରିଦେବ ଜଣେ ବାପାର କୋହଭରା କଣ୍ଠରେ ନିବେଦନ । ଆଖି ଆଗରେ ବଢିଲା ପୁଅର ମୃତଦେହ  ଦେଖି କାନ୍ଦ ବନ୍ଦ ହେଉନି । ବ୍ୟକ୍ତି ଜଣକ କାନ୍ଦି କାନ୍ଦି କହୁଛନ୍ତି, "ମୋର ଗୋଟିଏ ବୋଲି ପୁଅ । ତା ମୃତଦେହ ମୋତେ ଦେଇଦିଅ । ପୋଷ୍ଟମୋର୍ଟମ କରନି । ପୋଷ୍ଟମୋର୍ଟମ କଲେ ଶରୀରକୁ କଟାଯିବ । ଜମାରୁ ତା ଶରୀର ଖଣ୍ଡ ବିଖଣ୍ଡିତ କରନାହିଁ ।

Advertisment

ମୋର ଗୋଟିଏ ପୁଅ । ହେଲେ ତାକୁ ମୁଁ ହରେଇଦେଲି । ସେ ମୋତେ ନଜଣାଇ ଆସିଥିଲା । ଏଠାକୁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଆସିବେ । ହେଲେ ମୋ ପୁଅକୁ କେହି ବି ଫେରାଇ ଦେଇ ପାରିବେ ନାହିଁ ।" ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟାରେ ପୁଅର ଜୀବନ ଯାଇଛି । ପୁଅର ମୃତଦେହ ଦେଖିଲା ପରେ ସତେ ଯେମିତି ବାପାର ଛାତି ଫାଟିଯାଉଛି । 

ଗତକାଲି IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭୟଙ୍କର ଦଳାଚକଟା ହୋଇଥିଲା । ଯେଉଁଥିରେ ୧୧ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୫୦ରୁ ଅଧିକ। ମୃତକଙ୍କ ମଧ୍ୟରେ ଏହି ବ୍ୟକ୍ତିଙ୍କ ପୁଅ ମଧ୍ୟ ରହିଛି । ଷ୍ଟାଡ଼ିୟମ ବାହାରେ ଲକ୍ଷାଧିକ ଫ୍ୟାନ୍ ରୁଣ୍ଡ ହୋଇଥିଲେ । ଏହାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା । ଆଉ ଏହି ଲାଠିମାଡ଼ରୁ ଷ୍ଟାମ୍ପେଡ୍ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲାଗିରହିଛି ତନାଘନା । କର୍ଣ୍ଣାଟକ କୋର୍ଟ ଏନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । 

Advertisment

ଅଧିକ ପଢନ୍ତୁ : ଉତ୍ସବ ବଦଳରେ ଦୁଃଖରେ ବୁଡ଼ିଛି ବେଙ୍ଗାଲୁରୁ

Bengaluru Stampede
Advertisment
Related Articles
Advertisment