Advertisment

Bengaluru Tragedy : ଦଳାଚକଟା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ, କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ଦଳାଚକଟା ପାଇଁ ଦାୟୀ କିଏ ? କର୍ଣ୍ଣାଟକ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Dy CM Over Stampede

Dy CM Over Stampede

ବେଙ୍ଗାଲୁରୁ ଦଳାଚକଟା ଘଟଣା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଚାଲିଥିଲା RCBର ବିଜୟ ଉତ୍ସବ । କେହି କିଛି ଭାବିବା ପୂର୍ବରୁ ଯିଏ ଯୁଆଡେ ପାରିଲେ ଦୌଡିଲେ । ଦଳାଚକଟାରେ କେହି ଅଣନିଶ୍ୱାସୀ ହୋଇ ଅସୁସ୍ଥ ହୋଇପଡିଲେ ତ ଆଉ କାହାର  ଜୀବନ ଚାଲିଗଲା । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ଜୀବନ ଯାଇଛି । ସମସ୍ତ ମୃତକ ୩୫ ବର୍ଷରୁ କମ୍ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ ନାବାଳକ ରହିଛନ୍ତି । 

Advertisment

କହୁ କହୁ କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ:

ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । "ବିରୋଧୀଙ୍କୁ ମୃତକଙ୍କ ଶବ ଉପରେ ରାଜନୀତି କରିବାକୁ ଦିଅ । ହେଲେ ଆମେ ଏଥିରୁ ଶିକ୍ଷା ପାଇଛୁ । ଏମିତି ହେବାର ନଥିଲା । ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏତେ ଭିଡ଼ ହେବ ବୋଲି ଧାରଣା ନଥିଲା । ମୋତେ ସବୁଠୁ ବେଶୀ କଷ୍ଟ ଛୋଟ ପିଲାଙ୍କ ପାଇଁ ଲାଗୁଛି । ମୃତକଙ୍କ ମଧ୍ୟରେ ଏମିତି ପିଲା ଅଛନ୍ତି ଯାହାଙ୍କ ବୟସ ପାଖାପାଖି ୧୫ ବର୍ଷ ହେବ । ସେମାନଙ୍କ ପରିବାର ଉପରେ କ'ଣ ବିତୁଥିବ? କୌଣସି ବି ପରିବାର ଏହି କ୍ଷତିକୁ ଗ୍ରହଣ କରିବା ସମ୍ଭବ ନୁହେଁ । ମୁଁ ତାଙ୍କ କଷ୍ଟକୁ ଅନୁଭବ କରୁଛି" କହି କାନ୍ଦି ପକାଇଛନ୍ତି  ଉପମୁଖ୍ୟମନ୍ତ୍ରୀ । 

କାହିଁକି ହେଲା ଦଳାଚକଟା?
ଷ୍ଟାଡିୟମରେ ଏଣ୍ଟ୍ରି ପାଇଁ ମିଳିଥିଲା ଫ୍ରି ପାସ୍ । RCB ୱେବସାଇଟରେ ଏହି ପାସ୍ ଉପଲବ୍ଧ ଥିଲା । ବୁଧବାର ଏହି ଘୋଷଣା ହେବା ପରେ ବହୁ ସଂଖ୍ୟାରେ ଲୋକେ ପାସ୍ ନେଲେ । ହେଲେ ପରେ ସାଇଟ୍ ଠିକ ଭାବେ କାମ କରିନଥିଲା । ଏଣୁ ଷ୍ଟାଡିୟମକୁ ପାସଧାରୀଙ୍କ ସମେତ ବିନା ପାସ୍ ଥିବା ଫ୍ୟାନ୍ସ ବି ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତ ଅନୁସାରେ, ଷ୍ଟାଡିୟମରେ ପ୍ରବେଶ କରିବାକୁ ଗେଟ୍ ନମ୍ବର ୧୨, ୧୩ ଏବଂ ୧୦ ନିକଟରେ ଭିଡ଼ ଜମିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା । ୧୦ ନମ୍ବର ଗେଟ୍ ପାଖରେ ସ୍ଥିତି ସଙ୍ଗୀନ ହୋଇଥିଲା । 

Advertisment

ସେପଟେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, "ଏହା କେବଳ ଏକ ଅଘଟଣ ନୁହେଁ । ବରଂ ସରକାର ସୃଷ୍ଟି କରିଥିବା ଦଳାଚକଟା । ମୁଖ୍ୟମନ୍ତ୍ରୀ କହୁଛନ୍ତି ଏପରି ଅଘଟଣ ଅନେକ ସମୟରେ ହୋଇଥାଏ । ଅର୍ଥାତ୍ ଏପରି ଅଘଟଣ କ'ଣ ରିପିଟ୍ ହେବ କି? ଏହା କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମତଭେଦ କାରଣରୁ ହୋଇଛି । ଷ୍ଟାଡିୟମର କ୍ଷମତା ୩୫ ହଜାର ବିଶିଷ୍ଟ ଥିବାବେଳେ ୩ ଲକ୍ଷ ଲୋକ ଗଲେ କେମିତି?"

କ'ଣ ଥିଲା ଘଟଣା?

ଗତକାଲି IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭୟଙ୍କର ଦଳାଚକଟା ହୋଇଥିଲା । ଯେଉଁଥିରେ ୧୧ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୫୦ରୁ ଅଧିକ। ମୃତକଙ୍କ ମଧ୍ୟରେ ଏହି ବ୍ୟକ୍ତିଙ୍କ ପୁଅ ମଧ୍ୟ ରହିଛି । ଷ୍ଟାଡ଼ିୟମ ବାହାରେ ଲକ୍ଷାଧିକ ଫ୍ୟାନ୍ ରୁଣ୍ଡ ହୋଇଥିଲେ । ଏହାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା । ଆଉ ଏହି ଲାଠିମାଡ଼ରୁ ଦଳାଚକଟା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲାଗିରହିଛି ତନାଘନା । କର୍ଣ୍ଣାଟକ କୋର୍ଟ ଏନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । 

ଅଧିକ ପଢନ୍ତୁ : ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା

Bengaluru RCB Stampede
Advertisment
Related Articles
Advertisment