/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749181619.jpg)
chenab bridge
ଭାରତର ରେଳ ଇତିହାସରେ ନୂଆ ଅଧ୍ୟାୟ । ଆଜି ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅଧିକ ପଢ଼ନ୍ତୁ: ୧୯ରେ ଉଦଘାଟନ ହେବ ଚେନାବ ବ୍ରିଜ: ଖର୍ଚ୍ଚ ହୋଇଛି ୧୪୮୬କୋଟି
ପ୍ରଧାନମନ୍ତ୍ରୀ ଅଞ୍ଜି ସେତୁ ପରିଦର୍ଶନ ସହ ଶୁଭାରମ୍ଭ ମଧ୍ୟ କରିବେ। ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ ଯାହା ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ଦେଶର ସେବା କରିବ । ଏହି ଅବସରରେ କାଟରାରେ ୪୬ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
୩୬ଟି ସୁଡ଼ଙ୍ଗ ଦେଇ ଯାଇଥିବା ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ ସହ ଶ୍ରୀ ମାତା ବୈଷ୍ଣୋଦେବୀ କାଟରାରୁ ଶ୍ରୀନଗର ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ପିଏମ । ଉଦଘାଟନ ଅବ୍ୟବହିତ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ଜାମ୍ମୁ ଓ କାଶ୍ମୀର ଭାଇ ଓ ଭଉଣୀଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ। ଉଦଘାଟିତ ହେବାକୁ ଯାଉଥିବା ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ବହୁମାତ୍ରାରେ ପ୍ରଭାବିତ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)