/odishatv-khabar/media/post_attachments/uploadimage/library/16_9/16_9_0/Rajasthan__1749178649.jpg)
Rajasthan
ଏ ଏମିତି ଏକ ଗାଁ ଯେଉଁଠି ୨ଟି ସ୍ତ୍ରୀ ରଖନ୍ତି ପୁରୁଷ। କଥାଟା ଅଡୁଆ ଲାଗୁଥିଲେ ବି ସତ। ତେବେ କେଉଁଠି ରହିଛି ଏହି ଗାଁ। କାହିଁକି ଏକ ପତ୍ନୀରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ପୁରୁଷ। ଯାହାକୁ ବିରୋଧ ନ କରି ଖୁସି ମନାଇଥାନ୍ତି ପରିବାର ଲୋକେ। ଆଜି ଆମେ ଆପଣଙ୍କୁ ଏହି ଅଜବ ଗାଁର ଗଜବ କାହାଣୀ ବିଷୟରେ ଜଣାଇବାକୁ ଯାଉଛୁ।
ଦୁନିଆରେ ଅନେକ ପ୍ରଥା ରହିଛି ଯାହାକୁ ଲୋକମାନେ ବିଶ୍ୱାସ କରିପାରିନ୍ତି ନାହିଁ। ଆମ ଦେଶରେ ଏକତା ମଧ୍ୟରେ ଭିନ୍ନତା ଦେଖିବାକୁ ମିଳିଥାଏ। ସମାନ ପ୍ରଥା ବଦଳରେ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଯଦି ଆପଣ ଥରେ ରାଜସ୍ଥାନର ଏହି ଗାଁକୁ ବୁଲିବାକୁ ଯାଆନ୍ତି, ତେବେ ଏହି ପରମ୍ପରା ବିଷୟରେ ଆପଣ ନିଶ୍ଚୟ ଜାଣିପାରିବେ। ଏହି ଗାଁର ପ୍ରତ୍ୟେକ ଘରେ ଆପଣ ଦୁଇଟି ଲେଖାଁଏ ସ୍ତ୍ରୀ ଦେଖିବାକୁ ପାଇବେ।
ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି କୁନି ଝିଅର ହୃଦୟସ୍ପର୍ଶୀ ଭିଡିଓ; ବାପା ପାଇଁ କେତେ ପ୍ରେମ !
ବାସ୍ତବତା ହେଲା, ଏଠାରେ ପ୍ରତ୍ୟେକ ପୁରୁଷ ଦୁଇଥର ବିବାହ କରିଥାନ୍ତି। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହି ଗାଁର ଲୋକେ ଦୁଇ ଥର ବିବାହ କରିବା ବାଧ୍ୟତାମୂଳକ। ଯାହାକୁ ସ୍ୱୀକୃତି ପରିବାର ଓ ସଂପର୍କୀୟ।
ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ରହିଛି ଡେରାସର ଗାଁ। ଏହି ଛୋଟିଆ ଓ ଅନନ୍ୟ ଗାଁରେ ଚଳି ଆସୁଥିବା ପରମ୍ପରା ପାଇଁ ଗାଁଟି ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ଏହି ଗାଁରେ କେବଳ ୭୦ଟି ମୁସଲିମ ପରିବାର ରହୁଥିବା ବେଳେ ଏମାନଙ୍କ ବିବାହ ପରମ୍ପରା ଅନନ୍ୟ।
ଅଧିକ ପଢ଼ନ୍ତୁ: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା
ଡେରାସର ଗାଁରେ ରହୁଥିବା ପ୍ରତ୍ୟେକ ପୁରୁଷଙ୍କୁ ଦୁଇଥର ବିବାହ କରିବାକୁ ପଡିଥାଏ। ପ୍ରଥମେ ଗାଁରେ ବିବାହ କରି ସାରିବା ପରେ ପରିବାର ଲୋକେ ପୁରୁଷ ପାଇଁ ଦ୍ୱିତୀୟ ବିବାହ ସ୍ଥିର କରିଥାନ୍ତି। ଦ୍ୱିତୀୟ ବିବାହ ପଛରେ ଏକ ପ୍ରଥା ରହିଛି। ପ୍ରଥମ ବିବାହରେ ଗାଁରେ କାହାର ସନ୍ତାନ ହେଲାନାହିଁ। ଶେଷରେ ଦ୍ୱିତୀୟ ବିବାହ କରିଥିଲେ ପୁରୁଷମାନେ। ସେହି ଦିନଠାରୁ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରୁଛନ୍ତି ଏଠାକାର ପ୍ରତ୍ୟେକ ପୁରୁଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)