/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750507307.jpg)
Rishabh Pant brings up 7th Test century
ପନ୍ତଙ୍କ ଜବରଦସ୍ତ ଶତକ...ଭାଙ୍ଗିଲେ ଧୋନିଙ୍କ ରେକର୍ଡ଼...ହେଡିଂଲେ ଟେଷ୍ଟରେ ଜବରଦସ୍ତ ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ତୃତୀୟ ବ୍ୟାଟର ଭାବେ ଶତକ କରିଛନ୍ତି ପନ୍ତ । ୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଇଂଲଣ୍ଡ ବିପକ୍ଷରେ ଛକା ମାରି ଶତକ କଲେ ପନ୍ତ ।
ଏହା ସହ କ୍ୟାରିଅରର ସପ୍ତମ ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଭାରତୀୟ ୱିକେଟ କିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିଛନ୍ତି । ଧୋନିଙ୍କ ଷଷ୍ଠ ଶତକକୁ ପଛରେ ପକାଇ ପନ୍ତଙ୍କ ସପ୍ତମ ଶତକ ହାସଲ କରିଛନ୍ତି । ୧୭୮ ବଲ୍ ଖେଳି ୧୩୪ ରନ୍ କରିଛନ୍ତି ପନ୍ତ। ଟିମ୍ ଇଣ୍ତିଆ ୬ଟି ୱିକେଟ୍ ହରାଇ ୪୫୩ ରନ୍ କରିଛି।
ଅଧିକ ପଢ଼ନ୍ତୁ: କ’ଣ ରହିବ ଟିମ ଇଣ୍ଡିଆର ଲାଇନ ଅପ, ସସପେନ୍ସ ଉପରୁ ପରଦା ଉଠାଇଲେ ପନ୍ତ
ଅନ୍ୟପକ୍ଷରେ ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଇନିଂସ ଥିଲା, ଯେଉଁଥିରେ ସେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟ ଇନିଂସ୍ରେ ଶତକ ହାସଲ କରିବାରେ ସେ ଚତୁର୍ଥ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି, ସୁନୀଲ ଗାଭାସ୍କର ଏବଂ ବିଜୟ ହଜାରେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ରୋହିତ ଶର୍ମାଙ୍କ ଟେଷ୍ଟ ଅବସର ପରେ ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟରେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି । ଏହି ମ୍ୟାଚ୍ରେ ସେ ୧୪୦ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ ।
ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଥିଲେ ବିଜୟ ହଜାରେ, ଯିଏ ୧୯୫୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୬୪ ରନ କରିଥିଲେ । ତାଙ୍କ ପରେ, ସୁନୀଲ ଗାଭାସ୍କର ୧୯୭୬ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଇନିଂସରେ ୧୧୬ ରନ କରିଥିଲେ । ବିରାଟ କୋହଲି ମଧ୍ୟ ୨୦୧୪ ମସିହାରେ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ତାଙ୍କର ପ୍ରଥମ ଇନିଂସରେ ୧୧୫ ରନ କରିଥିଲେ। ଏବେ ଶୁଭମନ ଗିଲ ମଧ୍ୟ ଏହି କିମ୍ବଦନ୍ତୀ ତାଲିକାରେ ସାମିଲ ହୋଇଛନ୍ତି।
ସେପଟେ ଶୁଭମନ ଗିଲ୍ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ୪ ନମ୍ବରରେ ବ୍ୟାଟିଂ କରୁଛନ୍ତି । ପୂର୍ବରୁ ବିରାଟ କୋହଲି ଏହି ସ୍ଥାନରେ ବ୍ୟାଟିଂ କରୁଥିଲେ, କିନ୍ତୁ ସେ ଏବେ ଅବସର ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶୁଭମନ ଗିଲ ତାଙ୍କ ୩୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ୟାରିୟରରେ ୧୮୯୩ ରନ୍ କରିଥିଲେ। ଏବେ ଇଂଲଣ୍ଡ ବିପକ୍ଷରେ ୧୦୭ ରନ୍ କରି ସେ ଟେଷ୍ଟ ଫର୍ମାଟରେ ୨୦୦୦ ରନ୍ ପୂରଣ କରିଛନ୍ତି। ସେ ତାଙ୍କର ୬୦ତମ ଟେଷ୍ଟ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)