/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747900768.jpg)
Terrorists died
ଜମ୍ମୁ- କାଶ୍ମୀରର କିସ୍ତୱାର ଜିଲ୍ଲାର ସିଂପୋରା ଅଞ୍ଚଳରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କୀ । ମୃତ ଆତଙ୍କବାଦୀମାନେ ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ବୋଲି ଜଣା ପଡିଛି । କମାଣ୍ଡର ସୈଫୁଲ୍ଲା ସମେତ ୩ରୁ ୪ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ଖବର ଜଣା ପଡିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଗୁରୁବାର ସକାଳେ ଏହି ଅପରେସନ କରାଯାଇଥିଲା । ଏବେ ବି ଘଞ୍ଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅଧିକ ପଢ଼ନ୍ତୁ: ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା, କହିଲେ- ବିଶ୍ୱ ଦେଖିଲା ୨୨ର ଜବାବ ୨୨ ମିନିଟ୍ରେ ଦେଲୁ
ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ କାଶ୍ମୀରର ତ୍ରାଲ ଓ ସୋପିଆନରେ ୬ ଜଣ ଆତଙ୍କୀଙ୍କ ନିପାତ କରିଥିଲେ ଭାରତୀୟ ସେନା ଯବାନ । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉପସ୍ଥିତି ଥିବାରୁ ଲଗାତାର ଭାବେ ସର୍ଚ୍ଚ ଅପରେସନ କରାଯାଉଛି । ଏହା ପୂର୍ବରୁ ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଆତଙ୍କବାଦୀମାନେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ବିଏସଏଫ ଯବାନଙ୍କ ଆଟାକରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)