Women Arrested For Spying On Husband
ସ୍ୱାମୀଙ୍କୁ ସନ୍ଦେହ କରି ଫେକ୍ ଆକାଉଣ୍ଟରୁ ମେସେଜ ଦେଉଥିଲେ ପତ୍ନୀ । ଶେଷରେ ଗିରଫ କଲା ସାଇବର ୟୁନିଟ୍ । ପୂର୍ବ ଦିଲ୍ଲୀ ସ୍ଥିତ ଗାଜିପୁରରୁ ଏପରି ଘଟଣା ସାମନାକୁ ଆସିଛି । ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ପତ୍ନୀ । ତେଣୁ ସନ୍ଦେହ ଦୂର କରିବାକୁ ସେହି ଯୁବତୀଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ଆଉ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ନିଜ ନାଁରେ ଫେକ୍ ଆକାଉଣ୍ଟ ଖୋଲିବା କଥା ଜାଣିବା ପରେ ସମ୍ପୃକ୍ତ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ମାମଲାର ତନାଘନା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ସିମ୍ କାର୍ଡ ଲୋକେସନ ଟ୍ରାକ କରି ଗାଜିପୁରରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩ରେ ନାନଗ୍ଲୋଇରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କ ବିବାହ ହୋଇଥିଲା । ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ପ୍ରଥମେ ଏକ ଫେକ୍ ଆକାଉଣ୍ଟ ଖୋଲିଥିଲେ ପତ୍ନୀ । ଯେଉଁ ଯୁବତୀଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ସେହି ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ତାଙ୍କ ଫଟୋ ଅପଲୋଡ୍ କରିଥିଲେ । ଏହାପରେ ନିଜ ସ୍ୱାମୀଙ୍କ ବିଷୟରେ ତଥ୍ୟ ହାସଲ କରିବାକୁ ସ୍ବାମୀଙ୍କ ସମସ୍ତ ବନ୍ଧୁ ଏବଂ ସହକର୍ମୀମାନଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ ଓ ଫଲୋ କରିଥିଲେ। ସେହିପରି ସମ୍ପୃକ୍ତ ଯୁବତୀଙ୍କ ବନ୍ଧୁମାନଙ୍କୁ ବି ସେ ଫଲୋ କରିଥିଲେ ।
ଏହା ମଧ୍ୟ ପଢନ୍ତୁ : ପାଉଥିଲେ ୨୫ ଲକ୍ଷ ଦରମା, ସଫ୍ଟୱେୟାର ଇଞ୍ଜିନିୟରରୁ କେମିତି ବନିଗଲେ ପର୍ଣ୍ଣଷ୍ଟାର୍ ?
ପୋଲିସର ପଚରାଉଚରାବେଳେ ଅଭିଯୁକ୍ତ ମହିଳା ଜଣକ କହିଛନ୍ତି, "ମୋ ସ୍ୱାମୀ ବିବାହ ପୂର୍ବରୁ ବନ୍ଧୁମାନଙ୍କ ସହ ନିଜର ଏକ ଫଟୋ ପଠାଇଥିଲେ । ଯେଉଁଥିରେ ଅଭିଯୋଗକାରୀ ମହିଳା ବି ଥିଲେ । ଆଉ ତାଙ୍କୁ ମୋ ସ୍ୱାମୀ ଇନଷ୍ଟାଗ୍ରାମରେ ଫଲୋ ମଧ୍ୟ କରିଥିଲେ । ଏହାପରେ ମୁଁ ଯୋଜନା କରି ସ୍ୱାମୀଙ୍କ ଆକାଉଣ୍ଟରୁ ତାଙ୍କୁ ଆପତ୍ତିଜନକ ମେସେଜ ପଠାଇଥିଲି । ଯାହାଦ୍ୱାରା ସେ ମୋ ସ୍ୱାମୀଙ୍କୁ ବ୍ଲକ କରିଦେଲେ । ସ୍ୱାମୀ ତାଙ୍କୁ ପସନ୍ଦ କରୁଛନ୍ତି କି ନାହିଁ ଜାଣିବା ପାଇଁ ମୁଁ ସେହି ମହିଳାଙ୍କ ନାଁରେ ଆଉ ଏକ ଆକାଉଣ୍ଟ ଖୋଲିଲି । ଆଉ ସେହି ମହିଳାଙ୍କ ବିଷୟରେ ଜାଣିବାକୁ ତାଙ୍କ ବନ୍ଧୁମାନଙ୍କୁ ରିକ୍ବେଷ୍ଟ ପଠାଇ କଥାବାର୍ତ୍ତା ହେଲି । ହେଲେ ଏ ବିଷୟରେ ମୋ ସ୍ୱାମୀ କିଛି ବି ଜାଣି ନାହାନ୍ତି ।"
Rape and Murder In Balasore: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ

Excise Officers Attacked During Raid: ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଅବକାରୀ ଅଧିକାରୀଙ୍କୁ କଲେ ଲହୁଲୁହାଣ

From Engineer To Porn Star: ପାଉଥିଲେ ୨୫ ଲକ୍ଷ ଦରମା, ସଫ୍ଟୱେୟାର ଇଞ୍ଜିନିୟରରୁ କେମିତି ବନିଗଲେ ପର୍ଣ୍ଣଷ୍ଟାର୍ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)