Advertisment

Marriage Plan in Pakistan: ସାମ୍ନାକୁ ଆସିଲା ଜ୍ୟୋତିଙ୍କ ହ୍ୱାଟସ୍‌ଆପ୍ ଚାଟ୍, ପାକ୍ ଅଧିକାରୀଙ୍କୁ କହିଥିଲେ ଏମିତି କଥା...

ଜ୍ୟୋତି ମଲହୋତ୍ରାଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରୁ ମିଳିଛି ତାଙ୍କ ପାକିସ୍ତାନୀ ପ୍ରେମର ଆଉ ଏକ ସତ । ଭାରତର ଝିଅ ପାକିସ୍ତାନର ବୋହୂ ହେବାକୁ ମନ ବଳାଇଥିଲେ । ପାକିସ୍ତାନରେ ଘର ବସାଇବାକୁ ଛଟପଟ ହେଉଥିଲେ ଜ୍ୟୋତି ।

author-image
Namita Biswal
ଅଦ୍ୟତନ ହୋଇଛି
Jyoti Malhotra

Jyoti Malhotra

ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ନିଇତି ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ହ୍ୱାଟସ୍‌ଆପ୍ ଚାଟ୍‌ରୁ ମିଳିଛି ତାଙ୍କ ପାକିସ୍ତାନୀ ପ୍ରେମର ଆଉ ଏକ ସତ । ଭାରତର ଝିଅ ପାକିସ୍ତାନର ବୋହୂ ହେବାକୁ ମନ ବଳାଇଥିଲେ । ପାକିସ୍ତାନରେ ଘର ବସାଇବାକୁ ଛଟପଟ ହେଉଥିଲେ ଜ୍ୟୋତି । ହ୍ୱଟାସ୍‌ଆପ୍‌ରେ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ସହ ଚାଟ୍‌ କରି ବର ଖୋଜି ଦେବାକୁ କହୁଥିଲେ ଜ୍ୟୋତି । ପାକିସ୍ତାନ ଆଇଏସଆଇ ଅଧିକାରୀ ଅଲ୍ଲି ହାସନ୍‌ ସହ ରୀତିମତ ଚାଟ୍‌ କରୁଥିଲେ ଏହି ସୁନ୍ଦରୀ ଜାସୁସ୍‌ । ଏବେ ଏମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ ଏନ୍‌ଆଇଏ ହାତରେ ଲାଗିଛି । 

Advertisment

ଅଧିକ ପଢନ୍ତୁ : ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...

ଏଥିରେ ପାକ୍‌ ଗୁଇନ୍ଦା ଅଧିକାରୀ ଅଲ୍ଲି ହାସନ ଜ୍ୟୋତିଙ୍କୁ କହିଛନ୍ତି, ମୋ ହୃଦୟରୁ ସବୁବେଳେ ମୁଁ ପ୍ରାର୍ଥନା କରେ ଯେ ତୁମେ ଖୁସିରେ ରୁହ । ତୁମ ଜୀବନରେ କେବେ ଦୁଃଖ ନଆସୁ । ଏହାପରେ ଜ୍ୟୋତି ଅଲ୍ଲି ହାସନଙ୍କୁ ଏକ ହସିବା ଇମୋଜି ପଠାଇଛନ୍ତି । ପାକିସ୍ତାନରେ ବିବାହ କରାଇଦେବାକୁ ଅନୁରୋଧ କରିଛନ୍ତି । 

ଖାଲି ସେତିକି ନୁହେଁ ଜ୍ୟୋତି ଏବଂ ISI ହ୍ୟାଣ୍ଡଲର ଅଲ୍ଲି ହାସନଙ୍କ ହ୍ୱାଟସଆପ୍ ଚାଟରେ 'ପ୍ରୋଟୋକଲ୍' ଏବଂ 'ଅଣ୍ଡରକଭର ଏଜେଣ୍ଟ' ଭଳି ଶବ୍ଦ ବି ବ୍ୟବହାର କରାଯାଇଛି । ଅଟାରୀ ସୀମାର ପ୍ରୋଟୋକଲ କଥା ଜ୍ୟୋତିଙ୍କୁ ପଚାରିଛନ୍ତି ଅଲ୍ଲି ହାସନ । ଏଥିରୁ ସନ୍ଦେହ କରାଯାଉଛି ଯେ, ISI ଜ୍ୟୋତିଙ୍କୁ ଭାରତୀୟ ଏଜେଣ୍ଟମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ । 

Advertisment

ଜ୍ୟୋତି ଅମୃତସରର ସ୍ବର୍ଣ୍ଣ ମନ୍ଦିର ଏବଂ କାଶ୍ମୀରର ପର୍ଯ୍ୟଟନ ସ୍ଥଳଗୁଡ଼ିକର ଭିଡିଓ ଓ ତଥ୍ୟ ହ୍ୱାଟସଆପ, ସ୍ନାପଚାଟ ଓ ଟେଲିଗ୍ରାମ ଜରିଆରେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପଠାଉଥିଲେ । ତେଣୁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମଙ୍ଗଳବାର ଜ୍ୟୋତିଙ୍କୁ ପଠାନକୋଟ ନେଇଯାଇଥିଲେ । ସେନା କ୍ୟାଣ୍ଟନମେଣ୍ଟ ଏବଂ ଏୟାରବେସ୍‌କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଜ୍ୟୋତି ପୂର୍ବରୁ ସେଠାକୁ ଯାଇ ବ୍ଲଗ୍‌ ତିଆରି କରିଥିବା ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି । ଅପରେସନ ସିନ୍ଦୂର ପରେ, ପାକିସ୍ତାନ ସେନା ପଠାନକୋଟରେ ଥିବା ସେନା କ୍ୟାଣ୍ଟନମେଣ୍ଟ ଏବଂ ଏୟାରବେସ୍‌କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । 

ଗୁପ୍ତଚରୀ ଜ୍ୟୋତି ଜାସୁସଙ୍କ ପାକିସ୍ତାନୀ ଲିଙ୍କ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଜେରା ବେଳେ ସେ ତଦନ୍ତକାରୀ ଅଧିକାରାରଙ୍କ ସାମ୍ନାରେ ସବୁ ସତ ଉଗାଳୁଛନ୍ତି । କାହା ସ କଥା ହେଉଥିଲେ ? କାହା ସହ ଲିଙ୍କରେ ଥିଲେ ? ପାକିସ୍ତାନର କେଉଁ ବଡ଼ ଅଧିକାରୀଙ୍କ ସହ ତାଙ୍କର ବସାଉଠା ଥିଲା ? କିଭଳି ତଥ୍ୟ ଦେଉଥିଲେ ? ସେ ସବୁ ଗୋଟି ଗୋଟି କରି ଏନ୍‌ଆଇଏ ଓ ଆଇବି ଆଗରେ କହିଛନ୍ତି । ଆଜି ତାଙ୍କ ରିମାଣ୍ଡ ସରୁଥିବା ବେଳେ ହିସ୍‌ରା କୋର୍ଟରେ ତାଙ୍କୁ ହାଜର କରାଯିବ । 

ଅଧିକ ପଢନ୍ତୁ : ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା, କହିଲେ- ବିଶ୍ୱ ଦେଖିଲା ୨୨ର ଜବାବ ୨୨ ମିନିଟ୍‌ରେ ଦେଲୁ

ବ୍ୟୁରୋ ରିପୋର୍ଟ, ଓଟିଭି

Pakistan Indian YouTuber Pakistan Spy Jyoti Malhotra
Advertisment
Advertisment