Advertisment

Pahalgam Terrorists: କେମିତି ପହଲଗାମ୍ ହମଲାର ବଦଲା ନେଲା ସେନା ? ସବୁ ତଥ୍ୟ ରଖିଲେ ଅମିତ ଶାହ...

ଗତକାଲି ଅପରେସନ୍ ମହାଦେବରେ ୩ ଆତଙ୍କବାଦୀ ସୁଲେମାନ୍, ଅଫଗାନ୍ ଏବଂ ଜିବ୍ରାନ୍ ଏଇ ତିନି ଜଣ ନିହତ ହୋଇଛନ୍ତି। ଏମାନେ ହିଁ ପହଲଗାମ୍ ହମଲାରେ ସାମିଲ ଥିଲେ।

author-image
Sujit kumar Swain
Pahalgam Terrorists

Pahalgam Terrorists

କେମିତି ପହଲଗାମ୍ ହମଲାର ବଦଲା ନେଲା ସେନା ? କେମିତି ଚିହ୍ନଟ ହେଲେ ଆତଙ୍କବାଦୀ ? କେମିତି ଘଞ୍ଚ ଜଙ୍ଗଲ ଭିତରେ ଛଦ୍ମବେଶୀ ଧରାପଡ଼ିଲେ ଆଜି ଗୋଟି ଗୋଟି କରି ସବୁ ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ପହଲଗାମ୍ ହମଲାର ତଦନ୍ତ, ଅପରେସନ୍ ସିନ୍ଦୂର ଏବଂ ଗତକାଲି ହୋଇଥିବା ଅପରେସନ୍ ମହାଦେବ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ପାକିସ୍ତାନର ମୁଖା ଖୋଲିଛି।

Advertisment

ଗତକାଲି ଅପରେସନ୍ ମହାଦେବରେ ୩ ଆତଙ୍କବାଦୀ ସୁଲେମାନ୍, ଅଫଗାନ୍ ଏବଂ ଜିବ୍ରାନ୍ ଏଇ ତିନି ଜଣ ନିହତ ହୋଇଛନ୍ତି। ଏମାନେ ହିଁ ପହଲଗାମ୍ ହମଲାରେ ସାମିଲ ଥିଲେ। ଏମାନଙ୍କ ପାଖରୁ ମିଳିଥିବା M-9, AK-47 ରାଇଫଲ୍, ଗୁଳି ଠୋସ୍ ପ୍ରମାଣ ଦେଇଛି। ଚଣ୍ଡିଗଡ଼ FSLରୁ ଆସିଥିବା ରିପୋର୍ଟକୁ ସଂସଦରେ ଦେଖାଇଛନ୍ତି ଗୃହମନ୍ତ୍ରୀ। ଯେଉଁ ରିପୋର୍ଟରେ ପହଲଗାମ୍ ହମଲା ପରେ ମିଳିଥିବା ବାରୁଦ ଗୁଣ୍ଡ ସହ ଆତଙ୍କବାଦୀଙ୍କ ପାଖରେ ମିଳିଥିବା ଗୁଳି ନମୁନା ସହ ସମାନ।

ଠୋସ୍ ପ୍ରମାଣ ପାଇଁ ଗତକାଲି ଏମାନଙ୍କ ପାଖରୁ ମିଳିଥିବା ଗୋଟିଏ M-9 ଓ ଦୁଇଟି AK-47 ରାଇଫଲ୍ କୁ ସ୍ବତନ୍ତ୍ର ବିମାନରେ ରାତି ୧୨ଟାରେ ଚଣ୍ଡିଗଡ଼କୁ ଅଣାଯାଇଥିଲା। ରାତି ସାରା ଫାୟର୍ କରି ଏହାର ନମୁନା ପରୀକ୍ଷା ହୋଇଥିଲା। ଖାଲି ଏତିକି ନୁହେଁ NIA ର ତଦନ୍ତ ପ୍ରକ୍ରିୟାକୁ ନେଇ ବି ସୂଚନା ରଖିଛନ୍ତି ଶାହ। ଘଟଣା ପରେ ଯେପରି ଆତଙ୍କୀ ଦେଶ ଛାଡ଼ି ଯିବେନି ତା ଉପରେ ବିଶେଷ ନଜର ରଖାଯାଇଥିଲା।

Advertisment

ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର, ସ୍ଥାନୀୟ ବାସିନ୍ଦା, ଫଟୋଗ୍ରାଫର୍, ଖଚର୍ ଚଲାଉଥିବା ଲୋକେ, ପର୍ଯ୍ୟଟକ ଭଳି ୧୦୫୫ ବୟାନ, ୩ ହଜାର ଘଣ୍ଟାରୁ ଅଧିକ ପଚରାଉଚରା ଠୋସ୍ ପ୍ରମାଣ ଦେଇଥିଲା। ତାସହ ଆତଙ୍କୀଙ୍କୁ ସହାୟତା କରିଥିବା ବସିର୍ ଓ ପରଭେଜ୍ ଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରମାଣ ଏଇ ତିନି ଜଣଙ୍କୁ ଚିହ୍ନଟ କରିବାକୁ ଅଧିକ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।

Pahalgam Terrorist Attack Pahalgam Attack
Advertisment
Related Articles
Advertisment