Advertisment

Digital Arrerst: ମହିଳା ଡାକ୍ତରଙ୍କୁ କରିଦେଲେ ଡିଜିଟାଲ ଆରେଷ୍ଟ, ନେଇଗଲେ ଜୀବନସାରା ଅର୍ଜିଥିବା ସମ୍ପତ୍ତି

ମହିଳାଙ୍କୁ ନକଲି ପୋଲିସ ଇନ୍ସପେକ୍ଟର ଓ ସରକାରୀ ଓକିଲଙ୍କ ନାମରେ ଫୋନ୍‌ ଆସିଥିଲା। ମହିଳାଙ୍କୁ ଯେକୌଣସି ଅପରାଧରେ ଫସାଇ ଦେବା ପାଇଁ ଧମକ ଦିଆଯାଉଥିଲା। ଏହା ସହ ଏକ ଲେଟର ମଧ୍ୟ ପଠା ଯାଇଥିଲା। ଯେଉଁଥିରେ ଲେଖାଥିଲା, ଯଦି ଏହି ଅପରାଧରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସମସ୍ତ ସମ୍ପତ୍ତିର ବିବରଣୀ ଦିଅନ୍ତୁ । ଏମିତି କହି ମହିଳାଙ୍କୁ ସବୁ ତଥ୍ୟ ମାଗିଥିଲେ। ମହିଳା ମଧ୍ୟ ସମସ୍ତ ତଥ୍ୟ ଦେଇଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Digital Arrest

Digital Arrest

ଏହା ସବୁ ଆରମ୍ଭ ହେଲା ଏକ ଫୋନ୍ କଲରୁ । ଗୁଜରାଟର ଗାନ୍ଧୀନଗରରେ ରହୁଥିବା ଜଣେ ମହିଳା ଡାକ୍ତରଙ୍କୁ ମାର୍ଚ୍ଚ ୧୫ ତାରିଖରେ ଏକ ଫୋନ ଆସିଲା । ଏହି କଲରେ ଦାବି କରାଗଲା ଯେ ତାଙ୍କ ଫୋନରେ ଆପତ୍ତିଜନକ ସାମଗ୍ରୀ ମିଳିଛି। କଲ୍ କରିଥିବା ବ୍ୟକ୍ତି ତାଙ୍କ ଫୋନ ସଂଯୋଗ ବିଚ୍ଛିନ୍ନ କରିବା ଏବଂ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାର ଧମକ ଦେଇଥିଲେ।ଏହା ଥିଲା ଠକେଇ ପାଇଁ ଏକ ଯୋଜନାବଦ୍ଧ କଲ୍ ।

Advertisment

ଜଣେ ବ୍ୟକ୍ତି କହିଥିଲେ, "ଆପଣଙ୍କ ସମସ୍ତ ମୋବାଇଲ ଫୋନ୍‌ ବନ୍ଦ କରାଯିବ, କାରଣ ଆପଣଙ୍କ ଫୋନ୍‌ରୁ ଅନେକ ଲୋକଙ୍କୁ ବାରମ୍ବାର ଭୁଲ ମେସେଜ ପଠାଯାଉଛି। ଏହା ପାଇଁ ଆପଣଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରାଯିବ। ଏହି ମାମଲାରେ ମନି ଲଣ୍ଡରିଂ ଅଭିଯୋଗ ରହିଛି ଏବଂ ଭାରତ ସରକାରଙ୍କ ଫେମା ଆଇନ ଏବଂ ପିଏମଏଲଏ ଆଇନର ଧାରା ଅନୁଯାୟୀ ମାମଲା ଦାୟର ହେବ । ଆପଣଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ ଆପଣଙ୍କ ଘର ଆଖପାଖରେ ବୁଲୁଛନ୍ତି।" ଏହାପରେ ମହିଳାଙ୍କୁ ନକଲି ପୋଲିସ ଇନ୍ସପେକ୍ଟର ଓ ସରକାରୀ ଓକିଲଙ୍କ ନାମରେ ଫୋନ୍‌ ଆସିଥିଲା। ମହିଳାଙ୍କୁ ଯେକୌଣସି ଅପରାଧରେ ଫସାଇ ଦେବା ପାଇଁ ଧମକ ଦିଆଯାଉଥିଲା। ଏହା ସହ ଏକ ଲେଟର ମଧ୍ୟ ପଠା ଯାଇଥିଲା। ଯେଉଁଥିରେ ଲେଖାଥିଲା, ଯଦି ଏହି ଅପରାଧରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସମସ୍ତ ସମ୍ପତ୍ତିର ବିବରଣୀ ଦିଅନ୍ତୁ । ଏମିତି କହି ମହିଳାଙ୍କୁ ସବୁ ତଥ୍ୟ ମାଗିଥିଲେ। ମହିଳାଜଣକ ମଧ୍ୟ ସମସ୍ତ ତଥ୍ୟ ଦେଇଥିଲେ।

କିଛି ବ୍ୟକ୍ତି ନିଜକୁ ମିଛରେ ସବ-ଇନ୍ସପେକ୍ଟର, ପବ୍ଲିକ ପ୍ରୋସିକ୍ୟୁଟର ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଭାବେ ପରିଚୟ ଦେଇ ଡାକ୍ତରଙ୍କୁ ‘ଡିଜିଟାଲ ଅଟକ’ ବା ଡିଜିଟାଲ ଆରେଷ୍ଟ କରିଥିଲେ । ଏହି କଲଗୁଡ଼ିକ ଡାକ୍ତରଙ୍କ ମନରେ ଭୟ ସୃଷ୍ଟି କରିବା ଓ ତାଙ୍କୁ ବାଧ୍ୟ କରିବା ପାଇଁ କରାଯାଇଥିଲା ।

Advertisment

ମହିଳା ଜଣକ ଏତେ ଭୟଭୀତ ଥିଲେ ଯେ, ସେ ବିଭିନ୍ନ ଉପାୟରେ ଟଙ୍କା ଦେଇ ଚାଲିଥିଲେ। ମହିଳା ଟଙ୍କା ଦେବା ପାଇଁ ନିଜ ସୁନା ଗହଣା ମଧ୍ୟ ବିକ୍ରି କରିଥିଲେ। ସେ ସୁନା ଗହଣା ବନ୍ଧକ ରଖି ଋଣ ନେଇଥିଲେ, ଏଫଡି ଭାଙ୍ଗିଥିଲେ ଓ ସେୟାର ମଧ୍ୟ ବିକ୍ରି କରି ଦେଇଥିଲେ। ଏହିପରି ଭାବେ ବିଭିନ୍ନ ଆଳରେ ସାଇବର ଠକ ମାନେ ମହିଳାଙ୍କଠାରୁ ମୋଟ ୧୯.୨୪ କୋଟି ଟଙ୍କା ଲୁଟି ନେଇଥିଲେ।

ଶେଷରେ ଅଜାଣତରେ ଡାକ୍ତର ତାଙ୍କ ଜୀବନଯାକର ସଞ୍ଚୟ ଏବଂ ସମ୍ପତ୍ତିରୁ ୧୯.୨୪ କୋଟି ଟଙ୍କା ତିନି ମାସ ମଧ୍ୟରେ ଦେଇଦେଲେ । ସେ ୩୫ଟି ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ।

ବାରମ୍ୱାର ଧମକ ପରେ ଡାକ୍ତରଜଣକ ଘରୁ ବାହାରିବା ସମୟରେ ଭିଡିଓ କଲ ଜରିଆରେ ତାଙ୍କ ଅବସ୍ଥାନ ବିଷୟରେ ଦୁର୍ବୃତ୍ତଙ୍କୁ ଜଣାଉଥିଲେ। ଏହି ମାନସିକ ନିର୍ଯାତନା ତୀବ୍ର ଥିଲା। ସେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ।

ଦିନେ ହଠାତ୍ କଲଗୁଡ଼ିକ ବନ୍ଦ ହୋଇଗଲା। ଏହି ଘଟଣା ସଂପର୍କରେ ମହିଳା ଡାକ୍ତର ତାଙ୍କ ସଂପର୍କୀୟମାନଙ୍କୁ ଜଣାଇଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।

ଜୁଲାଇ ୧୬ରେ ଅଭିଯୋଗ ପାଇବା ପରେ ଗୁଜରାଟର ସିଆଇଡି କ୍ରାଇମର ସାଇବର ସେଲ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା। ଏହା ଭାରତରେ ଏକ ବଡ଼ ଡିଜିଟାଲ ଆରେଷ୍ଟ ମାମଲା । ଜଣେ ମହିଳାଙ୍କଠାରୁ ମୋଟା ଅଙ୍କର ଅର୍ଥ ଠକେଇ ହୋଇଛି। ପୋଲିସ ସୁରଟର ଜଣେ ଅଭିଯୁକ୍ତକୁ ଏହି ମାମଲାରେ ଗିରଫ କରିଛି । ଏହି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ଟଙ୍କାର ଠକେଇ ଅର୍ଥ ଥିଲା। ଅନ୍ୟ ଯେଉଁସବୁ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି, ସେ ସଂପର୍କରେ ପୋଲିସ ତଦନ୍ତ କରୁଛି । ଏହି ଅପରାଧିକ ନେଟୱର୍କକୁ ଠାବ କରିବା ପାଇଁ ଲାଗି ପଡିଛି ପୋଲିସ୍ ।

ଅଧିକ ପଢ଼ନ୍ତୁ: ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର...

Cyber Crime Cyber Fraud Doctors
Advertisment
Advertisment