Advertisment

Pahalgam Terror Attack: ଅମିତ ଶାହଙ୍କ ବଡ଼ ମନ୍ତବ୍ୟ; ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ

ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ବିତର୍କରେ ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବଡ଼ ବୟାନ....କହିଲେ ଯେଉଁ ୩ ଆତଙ୍କୀ ପହଲଗାମ ଆକ୍ରମଣ କରିଥିଲେ ସମସ୍ତେ ମୃତ...କେମିତି ପାକିସ୍ତାନରୁ ଆସି କରିଥିଲେ ହମଲା, ପ୍ରମାଣ ସହ ଗୋଟି ଗୋଟି କରି ରଖିଲେ ତଥ୍ୟ...

author-image
Sujit kumar Swain
ଅଦ୍ୟତନ ହୋଇଛି
Pahalgam Terror Attack

Pahalgam Terror Attack

ଅପରେସନ ସିନ୍ଦୂର’ ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ । ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ରଖିଲେ ମତ । ଅପରେସନ ମହାଦେବ’ରେ ନିହତ ୩ ଆତଙ୍କବାଦୀଙ୍କ ତଥ୍ୟ ଦେଲେ । ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ସମସ୍ତେ ମୃତ । ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିଛୁ । ଆର୍ମି, ସିଆରପିଏଫ୍‌, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ସଫଳତା ପାଇଛି । ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ସେମାନଙ୍କୁ ଘରେ ପଶି ମାରିଲୁ । ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ । ପହଲଗାମକୁ ୩ ଆତଙ୍କବାଦୀ କେଉଁ ବାଟ ଦେଇ ଆସିଥିଲେ ଗୃହକୁ ଜଣାଇଲେ । ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ । ଯିଏ ଏହି ୩ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ NIA ଗିରଫ କରି ସାରିଛି । ୩ ଆତଙ୍କୀଙ୍କ ମରଶରୀର ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ହୋଇସାରିଛି । ସେମାନେ ବ୍ୟବହାର କରିଥିବା କାଟ୍ରିଜର FSL ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଚଣ୍ଡିଗଡ଼ରେ ହୋଇଥିବା ଟେଷ୍ଟରୁ ପୂରା ପ୍ରମାଣିତ ହୋଇଛି ।

Advertisment

ପୂର୍ବତନ ଗୃହ ମନ୍ତ୍ରୀ ପି ଚଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ୍‌ କଲେ । ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା କହିଲେ । ସିନ୍ଧୁ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍‌ କଲେ ।

ଅପରେସନ ସିନ୍ଦୂର’ ବିତର୍କରେ କଂଗ୍ରେସକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଟାର୍ଗେଟ୍‌ । POK ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ସମାଲୋଚନା କଲେ । ନେହରୁଙ୍କ ତ୍ରୁଟି ପାଇଁ POK ସୃଷ୍ଟି ହୋଇଛି । ନେହରୁ ଏକ ପାଖିଆ ଯୁଦ୍ଧବିରତି ଘୋଷଣା ଯୋଗୁଁ POKର ସୃଷ୍ଟି । ସେତେବେଳେ ତତ୍‌କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ ।

Advertisment

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ପ୍ରସ୍ତାବ ଆସିଥିଲା । ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏପରି ପ୍ରସ୍ତାବ ଆସିଥିଲା କହିଲେ ଶାହ । ଚୀନ୍‌କୁ ସ୍ଥାୟୀ ସଦସ୍ୟ ପଦରୁ ଦୂରେଇ ରଖିବା ପାଇଁ ଆମେରିକା ଚାହିଁଥିଲା । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଭାରତର ସ୍ଥାୟୀ ସଦସ୍ୟ ପଦକୁ ଅଗ୍ରାହ୍ୟ କରିଥିଲେ । 

Amit Shah Operation Sindoor
Advertisment
Advertisment