Advertisment

BrahMos Demand Surge: ‘ଅପରେସନ ସିନ୍ଦୂର’ ପରେ ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ବିଶ୍ବର ଆଖି, ସବୁଠୁ ବେଶି ରହିଛି ବ୍ରହ୍ମୋସର ଡିମାଣ୍ଡ

ଅପରେସନ୍ ସିନ୍ଦୂରର ଭୟଙ୍କର ପ୍ରହାରରେ ପାକିସ୍ତାନ ଚିତ୍ । ଆମ ସ୍ବଦେଶୀ ଯୁଦ୍ଧାସ୍ତ୍ରର ଅଚୁକ୍ ଲକ୍ଷ୍ୟଭେଦ ଓ ଭୀଷଣ ତାଣ୍ଡବକୁ ଦେଖି ବିଶ୍ବ ବି ତାଜୁବ୍ ।

author-image
Santosh Kumar Sahoo
undefined

ଭାରତୀୟ ଯୁଦ୍ଧାସ୍ତ୍ର ପାଇଁ ଲମ୍ବା ଲାଇନ୍

ଅପରେସନ୍ ସିନ୍ଦୂରରେ ପ୍ରଚଣ୍ଡ ପରାକ୍ରମକୁ ଦେଖି ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ଏବେ ସାରା ବିଶ୍ବର ଆଖି । ବିଶ୍ବ ଅସ୍ତ୍ର ବଜାରରେ ସବୁଠୁ ଅଧିକ ଡିମାଣ୍ଡ ବ୍ରହ୍ମୋସ୍ତ୍ରର । ଭାରତଠୁ ବ୍ରହ୍ମୋସ କିଣିବାକୁ ୧୭ଟି ଦେଶ ଏବେ ଲାଇନରେ ଅଛନ୍ତି । କେବଳ ସେତିକି ନୁହେଁ ମେଡ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ସାମଗ୍ରୀର ଏତେ ଡିମାଣ୍ଡ ଯେ ୨୦୨୪-୨୫ ବର୍ଷରେ ଭାରତର ଯୁଦ୍ଧାସ୍ତ୍ର ରପ୍ତାନି ରେକର୍ଡ ୨୩ ହଜାର ୬୨୨ କୋଟି ଟଙ୍କାରେ ପହଞ୍ଚିଛି । ବଢୁଥିବା ଚାହିଦାକୁ ୨୦୨୯ ସୁଦ୍ଧା ଯୁଦ୍ଧାସ୍ତ୍ର ରପ୍ତାନୀକୁ ୫୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଭାରତ।

Advertisment

ଅପରେସନ୍ ସିନ୍ଦୂରର ଭୟଙ୍କର ପ୍ରହାରରେ ପାକିସ୍ତାନ ଚିତ୍ । ଆମ ସ୍ବଦେଶୀ ଯୁଦ୍ଧାସ୍ତ୍ରର ଅଚୁକ୍ ଲକ୍ଷ୍ୟଭେଦ ଓ ଭୀଷଣ ତାଣ୍ଡବକୁ ଦେଖି ବିଶ୍ବ ବି ତାଜୁବ୍ । ସେ ଆମେରିକା ନିର୍ମିତ ଏଫ୍ ୧୬ ଯୁଦ୍ଧବିମାନଠୁ ନେଇ ଚୀନ୍ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମ୍ ଏଚକ୍ୟୁ-୯, ପିଏଲ୍ ୧୫ ମିଜାଇଲ୍ ସହ ତୁର୍କୀ ପ୍ରଦତ୍ତ ମାଳ ମାଳ ସୋନଗାର ଓ ୟାହିଆ ଡ୍ରୋନ୍ । ମେଡ୍ ଇନ୍ ଇଣ୍ଡିଆ ଯୁଦ୍ଧାସ୍ତ୍ରର ପରାକ୍ରମ ଆଗରେ ସବୁ ଫେଲ । ଚୁଟ୍‌କିରେ ଚୁରି ହୋଇଯାଇଛି ଶତ୍ରୁ ରାଷ୍ଟ୍ର ସମେତ ବହୁ ବିଦେଶୀ ରାଷ୍ଟ୍ରର ଅସ୍ତ୍ରକୁ ନେଇ ଥିବା ସବୁ ଦମ୍ଭ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, 'ଭାର୍ଗବାସ୍ତ୍ର', ଶକ୍ତିଶାଳୀ ହେବ ଏୟାର ଡିଫେନ୍ସ

Advertisment

ଆକାଶ, ବ୍ରହ୍ମୋସ୍ ଭଳି ବଡ଼ ମିଜାଇଲ୍ ନୁହଁନ୍ତି ଏଲ୍ ୭୦ ଏସ୍, ଜେଡ୍ ୟୁ ୨୩ ଏସ୍, ଏଲଏମ୍‌ଜିଏସ୍ ଓ ସିଲକାର ପରାକ୍ରମକୁ ନେଇ ବି ସାରା ଦୁନିଆରେ ଚର୍ଚ୍ଚା । ଅପରେସନ୍ ସିନ୍ଦୂରରେ ଆମ ସେନା ଖାଲି ଆତଙ୍କୀଙ୍କୁ ନିପାତ୍ କରିନି, ଶତ୍ରୁ ପକ୍ଷର ପ୍ରତିଟି ଆକ୍ରମଣକୁ ପ୍ରତିହତ କରି ବିଶ୍ବକୁ ଆମ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର ଶକ୍ତି ବି ଦେଖାଇଛି । ସେଇଥି ପାଇଁ ବିଶ୍ବ ଅସ୍ତ୍ରବଜାରରେ ଏବେ ଭାରତୀୟ ଯୁଦ୍ଧାସ୍ତ୍ରର ପ୍ରବଳ ଡିମାଣ୍ଡ। ତେଣୁ ପିଏମ୍ ମୋଦି ମଧ୍ୟ ସ୍ପଷ୍ଟ ଇଙ୍ଗିତ କରିଛନ୍ତି ଯେ ଏବେ ଆମ ଯୁଦ୍ଧାସ୍ତ୍ରର ସମୟ ।

କେବଳ ଅପରେସନ୍ ସିନ୍ଦୂର ନୁହେଁ ପାକିସ୍ତାନ ବିରୋଧରେ ପୂର୍ବର ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ୍ ଷ୍ଟ୍ରାଇକରେ ବି ତାକତକୁ ଦେଖି ଭାରତ ଯୁଦ୍ଧାସ୍ତ୍ର ପାଇଁ ଲାଇନ୍ ଲାଗିସାରିଛି । ଡିମାଣ୍ଡ ଏତେ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ହିଁ ଭାରତ ବିଭିନ୍ନ ରାଷ୍ଟ୍ରକୁ ରେକର୍ଡ ୨୩ ହଜାର ୬୨୨ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଛି । ଯାହା ପୂର୍ବ ବର୍ଷ ତୁଳନାରେ ୧୨ ପ୍ରତିଶତ ଏବଂ ୨୦୧୩-୧୪ ତୁଳନାରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ୩୪ ଗୁଣା ଅଧିକ ।

କେବଳ ସେତିକି ନୁହେଁ ୨୦୨୯ ସୁଦ୍ଧା ଯୁଦ୍ଧାସ୍ତ୍ର ରପ୍ତାନୀରୁ ୫୦ ହଜାର କୋଟି ଟଙ୍କାର ରାଜସ୍ବ ପାଇଁ ଲକ୍ଷ୍ୟ ବି ରଖିଛି ଭାରତ । ମୋଦି ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତିରକ୍ଷା କ୍ଷେତ୍ରକୁ ଏତେ ବଳଶାଳୀ କରିଛି ଯେ ଭାରତ ନିଜ ଚାହିଦା ମେଣ୍ଟାଇ ବନ୍ଧୁରାଷ୍ଟ୍ରଙ୍କ ପାଇଁ ବି ବଡ଼ ବଜାର ପାଲଟିଛି। ତେବେ ସବୁଠୁ ବଡ଼ କଥା ହେଉଛି ଅପରେସନ୍ ସିନ୍ଦୂରରେ ପରାକ୍ରମକୁ ଦେଖି ବିଧ୍ବଂସୀ ବ୍ରହ୍ମୋସ କ୍ରୁଜ୍ ମିଜାଇଲର ଏବେ ସବୁଠୁ ଅଧିକ ଡିମାଣ୍ଡ । ତା’ର କାରଣ ପାକ୍ ଏୟାରବେସ୍ ରଫିକି, ଚକଲାଲା, ନୁର ଖାନ, ରହିମ ୟାର ଖାନ୍ ଏବଂ ସୁକୁର ଉପରେ ଆଟାକ୍ ହେଉ ଅବା ବାହାବଲପୁରରେ ଜୈସ୍ ହେଡକ୍ବାର୍ଟର ଉପରେ ଆକ୍ରମଣ, ଏସବୁର ଧ୍ବଂସଲୀଳା ବ୍ରହ୍ମୋସ ହିଁ କରିଥିବା କୁହାଯାଉଛି। ଯାହାକୁ ଧରିବା ଏବଂ ଅଟକାଇବାରେ ଫେଲ୍ ହୋଇଥିଲା ପାକିସ୍ତାନ । ଶତ୍ରୁ ଦେଶର ଅଡଭାନ୍ସଡ ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମର ନାକ ତଳେ ଟାର୍ଗେଟ୍ କରିଥିଲା ଭାରତର ମିସାଇଲ୍ । ତେଣୁ କୁହାଯାଉଛି ସୁପରସୋନିକ୍ ବେଗ, ଟାର୍ଗେଟକୁ ଶତପ୍ରତିଶତ ହିଟ୍ କରିବାର କ୍ଷମତାକୁ ଦେଖି ବ୍ରହ୍ମୋସକୁ କିଣିବାକୁ ୟା ଭିତରେ ୧୭ଟି ଦେଶ ଲାଇନ୍ ଲଗାଇଛନ୍ତି । ଯାହା ଭିତରେ ଅଛନ୍ତି ବ୍ରାଜିଲ, ଚିଲୀ, ଆର୍ଜେଣ୍ଟିନା, ଭେନେଜୁଏଲା ସହ ଇଜିପ୍ଟ, ସାଉଦି ଆରବ, ଦୁବାଇ, କାତାର ଓ ଓମାନ ଭଳି ଦେଶ ।

ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସ୍ପଷ୍ଟ କରିଛନ୍ତି ଭାରତ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାଲର୍ଡ ନୀତିରେ ରହିଛି। ଅର୍ଥାତ୍ ଆମେ ଆମପାଇଁ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ଉପକରଣ କିଣିବୁ ଏବଂ ସାରା ବିଶ୍ୱକୁ ବି ରପ୍ତାନି କରିବୁ । ନିକଟରେ ଲକ୍ଷ୍ନୌରେ ବ୍ରହ୍ମୋସର ନୂଆ ୟୁନିଟର ଉଦଘାଟନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ଅପରେସନ୍ ସିନ୍ଦୂରରେ ଭାରତ ଇଲେକ୍ଟ୍ରୋନି୍କସ ଲିମିଟେଡ୍ ଭେଲ୍ ପ୍ରସ୍ତୁତ ଆକାଶ ତୀର ଏୟାର ଡିଫେନ୍ସ ସିଷ୍ଟମ୍ ବି ପାକିସ୍ତାନକୁ ଧୂଳି ଚଟାଇଥିବାରୁ, ଏଭଳି ସାମର୍ଥ୍ୟ ପାଇଁ ଗର୍ବିତ ବୋଲି କହିଛି ଭେଲ୍ । ଏସବୁ ଭିତରେ ଆଜି ଓଡ଼ିଶାର ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ କାଉଣ୍ଟର ଡ୍ରୋନ୍ ସିଷ୍ଟମ୍ ଭାର୍ଗବାସ୍ତ୍ରର ସଫଳ ପରୀକ୍ଷଣ ବି ହୋଇଛି। ସ୍ବଳ୍ପ ମୂଲ୍ୟର ଏ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳିକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ଡେଭଲପ କରାଯାଇଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା

India Bramhos Operation Sindoor
Advertisment
Related Articles
Advertisment