Advertisment

Nuclear Radiation Concerns in Pakistan: ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା

ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
kirana

kirana

ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ତେବେ ଭାରତୀୟ ବାୟୁସେନା ପକ୍ଷରୁ ଏହାକୁ ଖଣ୍ଡନ କରା ଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୭ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣରେ ଧର୍ମ ପଚାରି ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣ ବିରୋଧରେ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳୀ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୫୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ପରେ ପାକିସ୍ତାନ ପକ୍ଷରୁ ବୁଧବାର ରାତିରେ ୧୫ ଭାରତୀୟ ସହର ଉପରେ ଆକ୍ରମଣ କରାଯାଇଥିଲା। ତେବେ ଭାରତ ନିକଟରେ ରହିଥିବା ଅତ୍ୟାଧୁନିକ ଏସ୍-୪୦୦ ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା।

ଗୁରୁବାର ସକାଳେ ଭାରତ ପକ୍ଷରୁ ପାଲଟା ପ୍ରତି ଆକ୍ରମଣ କରାଯାଇ ଲାହୋର ସ୍ଥିତ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଅଚଳ କରିଥିଲା। ତେବେ ପାକିସ୍ତାନ ସେନା ପକ୍ଷରୁ ଆକ୍ରମଣ କରାଯିବା ଫଳରେ ପାକିସ୍ତାନର ବିଭିନ୍ନ ଏୟାର ବେସ ଉପରେ ଆକ୍ରମଣକୁ ଜୋରଦାର କରିଥିଲା ଭାରତ। ବାୟୁସେନାର ଆକ୍ରମଣରେ ପାକିସ୍ତାନର ୧୧ଟି ଏୟାର ବେସ କ୍ଷତିଗ୍ରସ୍ତ ହୋଇଥିଲା। ଏହା ମଧ୍ୟରେ ସାମିଲ ଥିଲା କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର।

Advertisment

ତେବେ ଭାରତୀୟ ବାୟୁସେନା ପକ୍ଷରୁ ଅପରେସନ ସିନ୍ଦୂର ପରବର୍ତ୍ତୀ ପ୍ରେସ ମିଟରେ ଏୟାର ମାର୍ଶାଲ ଏ କେ ଭାରତୀ ଏହାକୁ ଅସ୍ବୀକାର କରିଥିଲେ। ଭାରତୀ କହିଥିଲେ ଆମେ କିରାନା ହିଲ୍ସ ଉପରେ କୌଣସି ଆକ୍ରମଣ କରି ନାହୁଁ। ଏପରିକି ସେଠାରେ ଆଣବିକ କେନ୍ଦ୍ର ଥିବା ନେଇ ମୁଁ ଆପଣ ମାନଙ୍କ ଠାରୁ ଜାଣିବାକୁ ପାଇଲି। ତେବେ ଏକାଧିକ ଏକ୍ସ ୟୁଜରଙ୍କ ପକ୍ଷରୁ ଭାରତୀୟ ଆକ୍ରମଣରେ ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ଦାବି କରାଯାଉଛି।

ଅଧିକ ପଢ଼ନ୍ତୁ: କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ, କାହା ପାଖକୁ ଯିବ ଟେଷ୍ଟ କ୍ୟାପଟେନ୍ସି

Terrorist Outfit Pahalgam Terrorist Attack Operation Sindoor
Advertisment
Advertisment