Advertisment

India Develops New Air Defense: ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, 'ଭାର୍ଗବାସ୍ତ୍ର', ଶକ୍ତିଶାଳୀ ହେବ ଏୟାର ଡିଫେନ୍ସ

ଆହୁରି ଶକ୍ତିଶାଳୀ ହେବ ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମର ଉଦାହରଣ ସମଗ୍ର ବିଶ୍ବ ଦେଖିଥିଲା। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଥିଲେ S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଏବେ ଯୋଡି ହୋଇଯିବ ଆଉ ଏକ ଅସ୍ତ୍ର। ଏହାର ନାମ ହେଉଛି ଭାର୍ଗବାସ୍ତ୍ର ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

counter drone

ଆହୁରି ଶକ୍ତିଶାଳୀ ହେବ ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମର ଉଦାହରଣ ସମଗ୍ର ବିଶ୍ବ ଦେଖିଥିଲା। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଥିଲେ S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଏବେ ଯୋଡି ହୋଇଯିବ ଆଉ ଏକ ଅସ୍ତ୍ର। ଏହାର ନାମ ହେଉଛି ଭାର୍ଗବାସ୍ତ୍ର ।

Advertisment

ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୭ ପାକିସ୍ତାନୀ ଆତଙ୍କବାଦୀ ନିପାତ

ଏହା ଏକ କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍। ମେକ ଇନ ଇଣ୍ଡିଆ ଯୋଜନାରେ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଅସ୍ତ୍ର ଯେ କୌଣସି ଡ୍ରୋନକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ବୁଧବାର 'ଭାର୍ଗବାସ୍ତ୍ର'ର ସଫଳ ପରୀକ୍ଷଣ ହୋଇଛି। କମ ମୂଲ୍ୟର କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, 'ଭାର୍ଗବସ୍ତ୍ର'କୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ଡେଭଲପ କରାଯାଇଛି।

ଯାହାକୁ ହାର୍ଡ କିଲ୍ ମୋଡରେ ଡିଜାଇନ୍ କରାଯାଇଛି। ଏହି କାଉଣ୍ଟର-ଡ୍ରୋନ୍ ସିଷ୍ଟମର ମାଇକ୍ରୋ ରକେଟ୍ ଓଡ଼ିଶାର ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ସଫଳତାର ସହ ପରୀକ୍ଷଣ କରାଯାଇଛି। ଡ୍ରୋନ ଆଟାକକୁ ଏହା ମୁକାବିଲା କରିବାରେ ବେଶ ସହାୟକ ହେବ। ଡ୍ରୋନ ସ୍ବାର୍ମସକୁ ସଫଳତାର ସହ ମୁକାବିଲା କରିବା ପାଇଁ ଏହି ଅସ୍ତ୍ରକୁ ଡିଜାଇନ କରାଯାଇଛି। ଏହା ସ୍ବଳ୍ପ ମୂଲ୍ୟରେ ନିର୍ମାଣ କରାଯାଇଥିବା ବେଳେ ଡ୍ରୋନକୁ ଧ୍ବଂସ କରିବାରେ ଏହାର ସଫଳତା ବେଶ ପ୍ରଶଂସନୀୟ। ୨.୫ କି.ମି ରେଞ୍ଜରେ ଥିବା ସମସ୍ତ ଡ୍ରୋନକୁ ଧ୍ବଂସ କରିବାର କ୍ଷମତା ଏହି ଭାର୍ଗବାସ୍ତ୍ର ନିକଟରେ ରହିଛି।

Advertisment

ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

Drone Gopalpur S 400
Advertisment
Advertisment