/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747221897.jpg)
Indian Defence Exports Growing
ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀରେ ଭାରତକୁ ମିଳିଛି ବଡ଼ ସଫଳତା । ‘ଆତ୍ମନିର୍ଭର ଭାରତ’ ଯୋଜନା ଫଳପ୍ରଦ ହୋଇଛି । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକ୍ରି ହୋଇଥିବା ଜଣାପଡ଼ିଛି । ପ୍ରତିରକ୍ଷା୍ ବଜାରରେ ଭାରତୀୟ ଯୁଦ୍ଧାସ୍ତ୍ରର ଚାହିଦା ବୃଦ୍ଧି କାରଣରୁ ରାଜସ୍ୱ ଆୟ ମଧ୍ୟ ବଢୁଛି । ଯାହାକି ଦେଶବାସୀଙ୍କ ପାଇଁ ଏକ ଖୁସି ଖବର । ୨୦୧୩-୧୪ ରେ ୬୮୬ କୋଟି ଟଙ୍କାର ରପ୍ତାନୀ ହୋଇଥିବାବେଳେ ୨୦୨୪-୨୫ରେ ୨୩ ହଜାର ୬୨୨ କୋଟିରେ ପହଞ୍ଚିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପାଇଁ ଭାରତ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିଲା । ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ ହେଉଥିଲା । ବର୍ତ୍ତମାନ ସ୍ୱଦେଶରେ ଏସବୁ ନିର୍ମାଣ ହେବା ସହ ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି । ଖାଲି ସେତିକି ନୁହେଁ, ଅପରେସନ ସିନ୍ଦୁରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ । ତେଣୁ ଆଗକୁ ପ୍ରତିରକ୍ଷା ସାମଗ୍ରୀ ସବୁର ଚାହିଦା ଆହୁରି ବଢିବ ବୋଲି ଆଶା କରାଯାଉଛି । ୨୦୨୯ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୫୦ ହଜାର କୋଟିକୁ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)