/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751387713.jpg)
Aadhaar Now Mandatory
ରେଲୱେରେ ବଦଳିଲା ବହୁ ନିୟମ। ଅନଲାଇନ୍ ତତ୍କାଳ ଟିକେଟ୍ ବୁକିଂ ଲାଗି ବାଧ୍ୟତାମୂଳକ ହେଲା ଆଧାର ଅଥେଣ୍ଟିକେସନ। ତତ୍କାଳ ଟିକେଟ୍ ବୁକିଂକୁ ଅଧିକ ସ୍ବଚ୍ଛ କରିବା ଲାଗି ଆଧାର ଓଟିପି ଆଧାରିତ ବ୍ୟବସ୍ଥା ଆରମ୍ଭ କରିଛି ଭାରତୀୟ ରେଳ। ସେହିପରି ତତ୍କାଳ ଟିକେଟ୍ ବୁକିଂ ବେଳେ ସାଧାରଣ ଯାତ୍ରୀଙ୍କୁ ପ୍ରାଥମିକତା ଦିଆଯାଇ ଏଜେଣ୍ଟଙ୍କ ଦ୍ବାରା ଟିକେଟ୍ ବୁକିଂରେ ଲାଗିଛି ଅଧଘଣ୍ଟିଆ ପ୍ରତିବନ୍ଧକ।
ତତ୍କାଳ ଟିକେଟ୍ ୱିଣ୍ଡୋ ଖୋଲିବାର ପ୍ରଥମ ୩୦ ମିନିଟ୍ ଅର୍ଥାତ୍ ଏସି ଟିକେଟ୍ ଲାଗି ସକାଳ ୧୦ଟାରୁ ସାଢ଼େ ୧୦ଟା ଓ ନନ୍ ଏସି ଟିକେଟ୍ ଲାଗି ସକାଳ ୧୧ଟାରୁ ସାଢ଼େ ୧୧ ଟା ଯାଏଁ କେବଳ ଯାତ୍ରୀମାନେ ହିଁ ତତ୍କାଳ ଟିକେଟ୍ ବୁକ କରିପାରିବେ। ଅପରପକ୍ଷରେ ଭାରତୀୟ ରେଳର ଯାତ୍ରୀବାହୀ ସେବାକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବାଲାଗି ଦୀର୍ଘବର୍ଷ ପରେ ରେଳଭଡ଼ାରେ ସାମାନ୍ୟ ବୃଦ୍ଧି କରାଯାଇଛି।
ବିଭିନ୍ନ ବର୍ଗ ଟ୍ରେନ୍ ରେ ଯାତ୍ରୀ ଭଡ଼ା କିଲୋମିଟର ପିଛା ଅଧ ପଇସାରୁ ୨ ପଇସା ଯାଏଁ ବୃଦ୍ଧି ହୋଇଛି। ତେବେ ଲୋକାଲ ଟ୍ରେନ୍ ରେ ୫୦୦ କିଲୋମିଟର ଯାଏଁ ଭଡ଼ା ଅପରିବର୍ତ୍ତିତ ରହିଛି। ସାଧାରଣ ଶ୍ରେଣୀ ଟ୍ରେନ୍ ରେ ୫୦୧ କିଲୋମିଟରରୁ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଭଡ଼ାକୁ ଅଧ ପଇସା ହିସାବରେ ୫ ଟଙ୍କା ବଢ଼ାଯାଇଥିବା ବେଳେ ୧୫୦୧ରୁ ୨୫୦୦ କିଲୋମିଟର ଯାଏଁ ୧୦ ଟଙ୍କା ଓ ୨୫୦୧ ରୁ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ୍ ମୂଲ୍ୟ ୧୫ ଟଙ୍କା ବୃଦ୍ଧି ହୋଇଛି।
ସେହିପରି ମେଲ୍ ବା ଏକ୍ସପ୍ରେସ୍ ଟ୍ରେନ୍ ରେ ନନ୍-ଏସି ବର୍ଗର ଦ୍ବିତୀୟ ଶ୍ରେଣୀ, ସ୍ଳିପର୍ କ୍ଳାସ୍, ଓ ଫାଷ୍ଟ କ୍ଳାସ୍ ଟିକେଟ୍ ମୂଲ୍ୟ କିଲୋମିଟର ପିଛା ୧ ପଇସା ଲେଖାଏଁ ବଢ଼ାଯାଇଛି। ସେହିପରି ଏସବୁ ବର୍ଗ ଟ୍ରେନରେ ଏସି ଚେୟାର କାର, ଏସି- ଥ୍ରୀ ଟାୟାର, ଟୁ-ଟାୟାର ଓ ଫାଷ୍ଟ କ୍ଲାସ ଟିକେଟ୍ ମୂଲ୍ୟ କିଲୋମିଟର ପିଛା ୨ ଟଙ୍କା ବଢ଼ିଛି।
ଏହି ହିସାବରେ ଏଣିକି ରାଜଧାନୀ ଏକ୍ସପ୍ରେସ୍ ରେ ଭୁବନେଶ୍ବରରୁ ଦିଲ୍ଲୀ ଯାତ୍ରା ୩୭ ଟଙ୍କା ମହଙ୍ଗା ହୋଇଛି। ପୂର୍ବରୁ ରାଜଧାନୀ ଏକ୍ସପ୍ରେସ୍ ରେ ଭୁବନେଶ୍ବରରୁ ଦିଲ୍ଲୀ ଯାତ୍ରା ପାଇଁ ପ୍ରଥମ ଶ୍ରେଣୀ ଏସିରେ ୫ ହଜାର ୨୩୫ ଟଙ୍କା, ଦ୍ବିତୀୟ ଶ୍ରେଣୀ ଏସିରେ ୩ ହଜାର ୪୦ ଟଙ୍କା ଓ ତୃତୀୟ ଶ୍ରେଣୀ ଏସିରେ ୨ ହଜାର ୭୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏଣିକି ଏହି ଭଡ଼ା ଯଥାକ୍ରମେ ୫ ହଜାର ୨୭୨ ଟଙ୍କା, ୩ ହଜାର ୭୭ ଟଙ୍କା ଓ ୨ ହଜାର ୧୧୪ ଟଙ୍କା ହୋଇଛି।
ଆଜିଠାରୁ କେତେକ ଟିକସ ସେବା ନିୟମରେ ବି ପରିବର୍ତ୍ତନ ଆସିଛି। ନୂଆ ପାନ୍ ଆବେଦନ ଲାଗି ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ପାନ୍ ଆବେଦନ ପାଇଁ ଯେକୌଣସି ଫଟୋ ପରିଚୟପତ୍ର ଓ ଜନ୍ମ ପ୍ରମାଣପତ୍ର ବ୍ୟବହାର ହେଉଥିବାବେଳେ ଏଣିକି କେବଳ ଆଧାର ପ୍ରମାଣପତ୍ର ଜରିଆରେ ହିଁ ଜଣେ ପାନ୍ ଲାଗି ଆବେଦନ କରିପାରିବ।
ସେହିପରି ଜିଏସ୍ଟି ରିଟର୍ଣ୍ଣ କ୍ଷେତ୍ରରେ ଚଳିତ ମାସ ୭ ତାରିଖଠାରୁ ଆଉ ମାସିକ ଜିଏସ୍ଟି ଦାଖଲ ଫର୍ମ ଜିଏସ୍ଟିଆର୍-୩କୁ ଏଡିଟ୍ କରାଯାଇପାରିବ ନାହିଁ। ଏମିତିକି ଜିଏସଟି ଦେୟ ତାରିଖ ୩ ବର୍ଷ ବିତିଯିବା ପରେ ଏଣିକି ଜିଏସ୍ଟି ରିଟର୍ଣ୍ଣ ବି ଦାଖଲ ହୋଇପାରିବନି।
Man Dies : ମୃତ୍ୟୁ ବି ଏମିତି ଆସେ, ସବୁଦିନ ଭଳି ମଇଁଷି ଚରାଉଥିଲେ...ହଠାତ ଟ୍ରେନ୍ ଆସିବାରୁ ଜୋରରେ ଦୌଡ଼ିଥିଲେ

Jagannath Pradhan alleges: ତେଜିଲା ମାଡ଼ ବିବାଦ; ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ଜଗା ପ୍ରଧାନ...

OAS-ORS Officers Go on Indefinite Leave: ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS-ORS ଅଫିସର...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)