/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751371859.jpg)
OAS-ORS Officers Go on Indefinite Leave
OAS, ORS ଅଫିସରଙ୍କ ସମୂହ ଛୁଟି । BMC ଅଫିସରଙ୍କୁ ଆଟାକ୍ ଘଟଣା ପ୍ରତିବାଦରେ ଛୁଟିରେ ଗଲେ OAS, ORS ଅଫିସର । ୮ ଜିଲ୍ଲାର OAS, ORS ଅଫିସର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି ।
ଏହି ସବୁ ଜିଲ୍ଲା ଗୁଡିକ ହେଲା କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ ବୋଲି OAS, ORS ଅଫିସର ମାନେ ଦାବି ରଖିଛନ୍ତି ।
ଅନ୍ୟପଟେ BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଥିଲେ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଥିଲେ ।
ସ୍ଥଗିତ ରଖିଛୁ ବାତିଲ କରିନାହୁଁ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇଥିଲେ ଓଡ଼ିଶା ଆଡମିନିଷ୍ଟ୍ରେସନ୍ ସର୍ଭିସ୍ ଆସୋସିଏସନ୍ । ଏହା ପୂର୍ବରୁ ସଂଘ କହିଥିଲା ଯେ, ରାଜଧାନୀ ଓ BMC ଭଳି ଅଫିସ ଭିତରେ ଆକ୍ରମଣ ଚିନ୍ତାଜନକ । ଦୂରଦୂରାନ୍ତର ଅଫିସ୍ରେ କର୍ମଚାରୀ କେତେ ସୁରକ୍ଷିତ ବୋଲି ସଂଘ ପ୍ରଶ୍ନ କରିଛି। ଆକ୍ରମଣକାରୀଙ୍କ ବିରୋଧରେ BNSରେ ହତ୍ୟା ଉଦ୍ୟମ ଦଫା ଲାଗୁ କରିବାକୁ ସଂଘ ଦାବି କରିଛି। ଯେଉଁମାନଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଛି, ସେମାନଙ୍କୁ ଗିରଫ କରାଯାଉ ବୋଲି କହିଛି ସଂଘ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)