Advertisment

Chhattisgarh Maoist Encounter: ବଡ ଧରଣର ଏନକାଉଣ୍ଟରରେ ୩୦ ମାଓବାଦୀ ସଫା: ଦୁର୍ଦ୍ଦାନ୍ତ ମାଓ ନେତା 'ବାସବ ରାଜ' ନିପାତ

ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
maoist killed

maoist killed

ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ  ମିଳିଛି ବଡ ସଫଳତା । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓଗଡକୁ ଲାଗିଛି ବଡ ଝଟକା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୦ ମାଓବାଦୀ । ଅପରେସନ ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଆଜି ସକାଳୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । 

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

ସୂଚନା ଅନୁଯାୟୀ, ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର  'ବାସବ ରାଜ' ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା । ‘ବାସବ ରାଜ’ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଏବେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ନନଷ୍ଟପ୍ ଏନକାଉଣ୍ଟରରେ ଥରହର ମାଓବାଦୀ; ଘୋଷଣା ହେବ ଯୁଦ୍ଧବିରତି !

Over Anti-Naxal Ops Maoist Killed
Advertisment
Advertisment