• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଜବ ଚିନ୍ତାଧାରା । ସାହସ ନୁହେଁ ତାକୁ ଦୁଃସାହସ କହିବା । ଯେଉଁଠି ଲୋକେ ଡରିକି ଦୌଡ଼ିବା କଥା ସେଇଠି ଲୋକେ ମୋବାଇଲରେ ଭିଡିଓ ରେକର୍ଡ କରୁଛନ୍ତି । କଥା ଟା ଟିକେ ଅଡ଼ୁଆ ଲାଗୁଥିବା ।

ତେବେ ପୁରା କାହାଣୀଟି ହେଲା, କିଛି ଲୋକ ଜଙ୍ଗଲରେ ମଧ୍ୟରେ ବୁଲୁଥିଲେ । ଆଉ ସେହି ସମୟରେ ହଠାତ୍‌ ଏକ ବାଘ ଦେଖାଯାଇଥିଲା । ତେବେ ଜଙ୍ଗଲରେ ବାଘ ଦେଖାଯିବା କିଛି ବଡ଼ କଥା ନୁହେଁ, କିମ୍ବା ଲୋକଙ୍କ ଆଖି ସାମ୍ନାକୁ ବାଘ ଆସିବା ନୂଆ ନୁହେଁ । ନୂଆ ଏବଂ ଦୁଃସାହସିକ କଥା ଟା ହେଲା ଯେଉଁ ଲୋକଙ୍କ ସାମ୍ନାକୁ ବାଘଟି ଆସିଥିଲା ବା ଯେଉଁମାନେ ଜଙ୍ଗଲରେ ବାଘକୁ ଦେଖିଥିଲେ ସେମାନେ ସେହି ସ୍ଥାନ ଛାଡ଼ି ତୁରନ୍ତ ଦୌଡ଼ିବା ବଦଳରେ ସେଡିଠାରେ ଛିଡ଼ା ହୋଇ ବାଘକୁ ଦେଖି ମଜା ନେଉଥିଲେ । ଏମିତିକି ବାଘ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଖାଲି ସେଲ୍‌ଫି ନୁହେଁ ବାଘ ଯାଉଥିବାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରୁଥିଲେ ।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ କିଛି ଲୋକ ଏହାକୁ ମୁର୍ଖାମୀ ବା ଦୁଃସାହସିକତା ବୋଲି କହିଛନ୍ତି । କିଛି ବୁଦ୍ଧିଜୀବୀ ଏହି ଭିଡିଓ ଦେଖି ଖୁବ୍‌ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି ଏଭଳି ହିଂସ୍ର ଜନ୍ତୁଙ୍କ ପାଖରେ ଏଭଳି ମଜାକ୍‌ କରିବା ଉଚିତ୍ ନୁହେଁ । କାରଣ କେତେବେଳେ ବି ବିପଦ ଆସିପାରେ । ବାଘ ଏକ ହିଂସ୍ର ଜନ୍ତୁ । କେତେବେଳେ ତାର ମୁଣ୍ଡ ଖରାପ ହେବ ବା ତାର ମିଜାଜ୍‌ ବଦଳିଯିବ ତାହା କହିହେବ ନାହିଁ । ଲୋକଙ୍କ ଏଭଳି ଦୁଃସାହସିକତା ଯୋଗୁଁ ତାଙ୍କର ପ୍ରାଣ ମଧ୍ୟ ଯାଇପାରେ । ଅନ୍ୟପଟେ ବାଘ ପ୍ରତି ମଧ୍ୟ ଏହା ବିପଦ ଆଣିପାରେ ବୋଲି ଅନେକ ମତ ଦେଇଛନ୍ତି ।

ଏହି ବାଘ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ମଧ୍ୟପ୍ରଦେଶ ପନ୍ନା ଅଂଚଳର ବୋଲି ଜଣାପଡ଼ିଛି । ଏହି ସମୟର ଭିଡିଓକୁ ନିଜ ଟ୍ୱିଟର୍‌ ପେଜରେ ସେୟାର କରିଛନ୍ତି ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ । ତେବେ ସୁଶାନ୍ତ କହିଛନ୍ତି ଏମିତି ଦୁଃଶାସିକ କାମ କରିବା ଆଦୌ ଠିକ୍‌ ନୁହେଁ । ହିଂସ୍ର ଜନ୍ତୁଙ୍କ ପାଖକୁ ଏମିତି ନଯିବାକୁ ସେ ପରାମର୍ଶ ବି ଦେଇଛନ୍ତି ।