Advertisment

ଏହି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିଲେ ଆରମ୍ଭ ହୁଏ ଚାଷକାମ

ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ।

author-image
Chandan Shishu
ଅଦ୍ୟତନ ହୋଇଛି
Gendalia bird

Gendalia bird

ଗେଣ୍ଡାଳିଆ ପକ୍ଷୀଙ୍କ ସହ ଗାଁ ଲୋକଙ୍କ ଜନ୍ମ ଜନ୍ମର ସମ୍ପର୍କ। ପିଲାଠୁ ବୁଢା ସମସ୍ତଙ୍କ ସହିତ ବେଶ ପରିଚିତ। ଗେଣ୍ଡାଳିଆ ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଗାଁକୁ ଅତିଥି ରୁପେ ଆସନ୍ତି ଏବଂ ୧୦ ମାସର ରହଣି ଭିତରେ ଗାଁଲୋକଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି। କେବଳ ଏତିକି ନୁହେଁ ଗାଁଲୋକଙ୍କ ବିଶ୍ୱାସ ଯେ ଏହି ପକ୍ଷୀ ଗାଁକୁ ଆସିବା ଦ୍ୱାରା ଭଲ ବର୍ଷା ହୁଏ। ଯାହା ଫଳରେ ମରୁଡି ହେବାର ଆଶଙ୍କା କମ ଦେଖାଦେଇଥାଏ। 

Advertisment

ଗାଁକୁ ପକ୍ଷୀ ଆସିଲେ ମରୁଡି ହେବନି

ଗଛ ଉପରେ ବସି ଚି ଚା ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ। କଳା ଏବଂ ଧଳା ରଙ୍ଗରେ ସୁନ୍ଦର ଦେଖାଯାଉଥୁବା ଏହି ପକ୍ଷୀଙ୍କ ସୌନ୍ଦର୍ଯ୍ୟରେ ସୁନ୍ଦର ଦେଖାଯାଉଛି ଗାଁ ପରିବେଶ। ରାସ୍ତା ପାର୍ଶ୍ୱରେ ଥିବା ତେନ୍ତୁଲି ଗଛରେ ବସା ବାନ୍ଧି ଗାଁର ପାଇଁ ସାଜିଛନ୍ତି ଅତିଥି। ରାସ୍ତାରେ ଯାଉଥୁବା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ସହ ଗାଁଲୋକଙ୍କୁ ପାଣିପାଗର ସୁଚନା ଦେଇଛନ୍ତି। ଯାହାକୁ ଦେଖି ଗାଁ ଲୋକ ବେଶ ଖୁସିହେବା ସହ ଆରମ୍ଭ କରିଦିଅନ୍ତି ଚାଷ କାମ। ଏହି ଘଟଣା ହେଉଛି ପାଟଣାଗଡ ଉପଖଣ୍ଡର ଥିବା ବେଲପଡା ବ୍ଲକର ବୈଜଲସାଗର ଗାଁରେ। ବର୍ଷ ବର୍ଷ ଧରି ଏହି ଗାଁକୁ ଗେଣ୍ଡାଳିଆ ଆସୁଥୁବାରୁ ଗାଁଲୋକଙକ ସହ ସେମାନଙ୍କ ବନ୍ଧୁତା ସ୍ଥାପନ ହୋଇଯାଇଛି। ସେମାନଙ୍କ ରକ୍ଷା କରିବା ସହ ଯିଏ ପକ୍ଷୀମାନଙ୍କୁ ଶିକାର କରିବାକୁ ଚାହେଁ ସେମାନଙ୍କୁ ଦଣ୍ଡବିଧାନ କରିବାର ବ୍ୟବସ୍ଥା ମଧ୍ୟ ଗାଁଲୋକ କରନ୍ତି।

ଅଧିକ ପଢ଼ନ୍ତୁ: ଗେଣ୍ଡାଳିଆଙ୍କ ପାଇଁ ଜନ୍ନତ ଷଡ଼ଙ୍ଗୀ ଗାଁ, ଲୋକେ ସନ୍ତାନ ଭଳି ନେଇଥାନ୍ତି ଯତ୍ନ

Advertisment

ଗାଁଲୋକଙ୍କ କହିବା ଅନୁସାରେ ଅକ୍ଷୟ ତୃତୀୟା ଦିନ ପ୍ରଥମେ ୫ ରୁ ୧୦ ସଂଖ୍ୟକ ଗେଣ୍ଡାଳିଆ ଗାଁକୁ ଆସନ୍ତି। ବସା ତିଆରିପାଇଁ ଡାଳ ପଖରା ସଂଗ୍ରହ କରନ୍ତି। ପରେ ପରେ ଆହୁରି ସଂଖ୍ୟକ ଗେଣ୍ଡାଳିଆ ଆସନ୍ତି ଏବଂ ନିଜ ନିଜ ବସା ତିଆରି କରନ୍ତି। ଯେଉଁବର୍ଷ ଅଧିକ ପକ୍ଷୀ ଦେଖାଯାଆନ୍ତି ସେଇବର୍ଷ ଭଲ ବର୍ଷା ହୋଇଥାଏ। ଯେଉଁ ବର୍ଷ କମ ପକ୍ଷୀ ଦେଖାଯାଏ, ସେଇବର୍ଷ ମରୁଡି ହେବା ଆଶଙ୍କ ଅଧିକା ରହିଛି।

ତେଣୁ ସେହିବର୍ଷ ଚାଷୀ କ୍ଷତି ହେବାର ଆଶଙ୍କା ଥିବା ଜାଣିପାରନ୍ତି ଚାଷୀ। ଗାଁଲୋକ ପୂର୍ବ ପୁରୁଷ କାଳକୁ ଏହି ବିଶ୍ୱାସକୁ ମାନି ଆସୁଥୁବା ବେଳେ ତାହା ଅନେକ ଥର ସତ ମଧ୍ୟ ହୋଇଛି। ଗାଁଲୋକଙ୍କ ସହ ପକ୍ଷୀଙ୍କ ସମ୍ପର୍କ ନିବିଡ । ପକ୍ଷୀଙ୍କ ଦେଖାଶୁଣା କରିବା ସହ ସୁରକ୍ଷା ପ୍ରଦାନ କରନ୍ତି ଗାଁଲୋକ। ପକ୍ଷୀକୁ ଯିଏ ଶିକାର କରିବା ଖବର ପାଇଲେ ସଙ୍ଗେ ସଙ୍ଗେ ଗାଁରେ ବୈଠକ କରି ଶିକାରୀକୁ ଧରି ପୁଲିସକୁ ହସ୍ତାନ୍ତର କରନ୍ତି। ଗଛଗୁଡିକ ଭାଙ୍ଗି ଯାଉଥୁବାରୁ ପକ୍ଷୀଙ୍କ ପାଇଁ ରହିବା ଅସୁବିଧା ହେଉଛି। ସୋମନଙ୍କ ସୁବିଧା ସୁଯୋଗ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ହେଲେ ଖପ୍ରାଖୋଲ ରେଞ୍ଜର ଏନେଇ କିଛି ଜାଣିନଥିବା କହିଛନ୍ତି। 

ବର୍ଷ ବର୍ଷ ଧରି ଗାଁକୁ ଗେଣ୍ଡାଳିଆ ଆସି ରହିଆସିଥିଲେ ବି ପ୍ରଶାସନର ନଜର ପଡୁନି ,ଆଗକୁ ଏମିତି ହେଲେ ପକ୍ଷୀ ମାନଙ୍କ ସଂଖ୍ୟା କମିବାର ଆଶଙ୍କା ରହୁଛି ,ପ୍ରଶାସନ ଅଧିକାରୀ ମାନେ ନଜର ଦେବାକୁ ଦାବି ହେଉଛି।

(ରିପୋର୍ଟ- କରୁଣାକର ବୁଡେକ, ପାଟଣାଗଡ଼) 

Farmer Birds
Advertisment
Advertisment