• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ୟାନସର ରୋଗୀଙ୍କ ଭଗବାନ ବିଶ୍ୱଜିତ୍ କସିଦ୍ । ସେ ଅତି ଗୁରୁତର କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ୧୨ ଥର ଦାନ କରିଛନ୍ତି ଗ୍ରାନୁଲୋସାଇଟ୍ସ । ତାଙ୍କ ରକ୍ତରେ ଥିବା ଗ୍ରାନୁଲୋସାଇଟ୍ସ ଦ୍ୱାରା କ୍ୟାନସର ରୋଗୀଙ୍କ ଚିକିତ୍ସା ହୋଇପାରିଛି । କେବଳ ସେତିକି ନୁହେଁ ନେଗେଟିଭ୍ ବ୍ଲଡ ଗ୍ରୁପ୍ ହୋଇ ସବୁଠୁ ଅଧିକ ଥର ପ୍ଲାଟେଲେଟ୍ସ ଦାନ କରି ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରକ୍ତଦାନ କରି ଜୀବନ ବଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ, ଛାଡ଼ିଦେଲେ କର୍ପୋରେଟ୍‌ ଚାକିରି

ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି । ବିଶ୍ୱଜିତ୍ କସିଦ୍‌ଙ୍କ ବ୍ଲଡ୍ ଗ୍ରୁପ୍ ହେଉଛି AB ନେଗେଟିଭ୍ । ବର୍ତ୍ତମାନ ସେ ଭାରତର ପ୍ଲେଟେଲେଟ୍ସ ଡୋନେସନ ଗୁଡ୍ ଓ୍ୱିଲ୍ ଆମ୍ବାସାଡାର ଅଛନ୍ତି । ଜଣେ ବ୍ୟକ୍ତି ଟିକିଏ ଇଚ୍ଛା ଶକ୍ତି ଥିଲେ ଅନେକ ଜୀବନ ବଞ୍ଚାଇ ପାରିବ, ତାହାର ଉଦାହରଣ ସୃଷ୍ଟି କରିଛନ୍ତି ବିଶ୍ୱଜିତ୍ । ଏହି ପ୍ରସଙ୍ଗରେ ସେ ସାରା ବିଶ୍ୱରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । 

ପ୍ଲେଟଲେଟ ଡୋନେସନ ପାଇଁ ସଚେତନତା ସୃଷ୍ଟି ପାଇଁ ବିଶ୍ୱର ଅନେକ ଦେଶ ବୁଲିଛନ୍ତି । ବିଶ୍ୱର ୭ଟି ଦେଶରେ ପ୍ରାୟ ୧ ହଜାର ଭାଷଣ ଦେଇଛନ୍ତି ବିଶ୍ୱଜିତ କସିଦ୍‌ । ୨୦୧୮ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜି ଏଚ୍ ସୌରି ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱଜିତ୍ ହେଉଛନ୍ତି ମହାରାଷ୍ଟ୍ର କୋହ୍ଲାପୁରର ଜଣେ କମ୍ପ୍ୟୁଟର ଇଂଜିନିୟର ।