• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓକିଲ ଆନ୍ଦୋଳନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ । ପୋଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ ହୋଇଥିବାରୁ ଉଭୟ ଡିଜି ଏବଂ ଆଇଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଉଭୟଙ୍କୁ ବୁଧବାର ଦିନ ଭିସିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ କୋର୍ଟ କହିଛନ୍ତି, ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ । ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କୋର୍ଟ ।

ପୂର୍ବରୁ ନଭେମ୍ବର ୨୮ ତାରିଖରେ ଓକିଲ ଆନ୍ଦୋଳନ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଭିନ୍ନ ଭିନ୍ନ ପ୍ରସଙ୍ଗ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟର ଓକିଲ ମାନଙ୍କ ବିରୋଧରେ ଚରମ ନିଷ୍ପତ୍ତି ଶୁଣାଇଥିଲେ । ଲାଇସେନ୍ସ ସସ୍‌ପେଣ୍ଡ କରିବା ପାଇଁ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ କହିଥିଲେ । କେବଳ ଏତିକି ନୁହେଁ, ନ୍ୟାୟିକ ଅଧିକାରୀ ଓ ମହକିଲ ମାନଙ୍କୁ ବି ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତଥାପି ଆନ୍ଦୋଳନ ଜାରି ରହିଥିଲା ।

ଅଧିକ ପଢ଼ନ୍ତୁ: ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

ସୂଚନାଯୋଗ୍ୟ ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା, ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଆସୁଛନ୍ତି ସ୍ଥାନୀୟ ଓକିଲ ସଂଘ । ମୁଖ୍ୟତଃ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ହେଉଛି । ଏଭଳି ଆନ୍ଦୋଳନ ଭିତରେ ବଡ଼ମ୍ବା, ଟାଙ୍ଗୀ, ତାଳଚେର ଓ ପାଲଲହଡ଼ା ଓକିଲ ସଂଘ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଜିଦ୍‌ରେ ଅଟଳ ଥିଲା ।

ସମ୍ବଲପୁର ଓକିଲ ସଂଘ ଗତ ୨ ମାସ ହେବ ପ୍ରତି ବୁଧବାର ଆନ୍ଦୋଳନ କରୁଥିଲା । ଓକିଲ ଆନ୍ଦୋଳନର ଏହି ଧାରା ଭିତରେ କଟକ ରୁ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ସହ ଭୁବନେଶ୍ୱର କୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ବି ପ୍ରତି ମାସ ଶେଷ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି ।