Advertisment

ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ଧରି ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Unique Love Story in Sundargarh

Love Story

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଏ କଥାକୁ ଆମେ କେବଳ ବାକ୍ୟରେ କୁହନ୍ତି । ହେଲେ କାମରେ କରି ଦେଖାଇଛନ୍ତି ସୁନ୍ଦରଗଡ କୋଇଡାର ନୀଳମତି । ଯାହାକୁ ଜୀବନ ଦେଇ ଭଲପାଉଥିଲେ.. ଦେହ ଖରାପ ହେବା ପରେ ବି ତାଙ୍କୁ ଭୁଲିଲେ ନାହିଁ । ବରଂ ତାଙ୍କ ହାତ ଧରି ଚାଲିଆସିଲେ ଶାଶୂଘର । ୫ ବର୍ଷର ଏହି ଭଲପାଇବା ଆଗରେ ହାର ମାନିଥିଲା ପରିବାରର ପ୍ରତିବନ୍ଧକ । ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ସହ ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି ।

Advertisment

ଅଧିକ ପଢ଼ନ୍ତୁ: ଏମିତି ବି ପ୍ରେମ ହୁଏ, ଆଉ ବିବାହ ମଧ୍ୟ ! ପଢ଼ନ୍ତୁ ସୁନ୍ଦର କାହାଣୀ..

ସେହି ଭାଗ୍ୟଶାଳୀ ପ୍ରେମିକ ହେଉଛନ୍ତି ସଦନ ନାୟକ । ୫ ବର୍ଷ ପୂର୍ବେ ନୀଳମତି ନାଏକଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ଉଭୟଙ୍କୁ ଜୀବନ ଦେଇ ଭଲ ପାଉଥିଲେ । ସଂସାର କରିବାକୁ ସୁନେଲୀ ସ୍ୱପ୍ନ ବି ଦେଖୁଥିଲେ । ବେଶ୍‌ ହସଖୁସିରେ ଆଗକୁ ବଢୁଥିଲା ପ୍ରେମ ଗାଡି । ହେଲେ ସଦନଙ୍କୁ ଅଜଣା ରୋଗ ଏମାନଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ହଠାତ୍ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଡାହାଣ ଗୋଡଟି ନଷ୍ଟ ହୋଇଯାଇଥିଲା । ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଡ ବି କଟାଗଲା । ଆଉ ସବୁଦିନ ଲାଗି ଦିବ୍ୟାଙ୍ଗ ହୋଇଗଲେ ସଦନ।

Advertisment

ସୁନ୍ଦରଗଡ଼ କୋଇଡା ବଳଢ଼ିହି ଗାଁର ସଦନ। ଯିଏ ଦିନେ ସକାଳ ହେବା ମାତ୍ରେ ରୋଜଗାର ପାଇଁ ବାହାରିଯାଆନ୍ତି, ଆଜି ସିଏ ଘର ଦୁଆର ମୁହଁରେ ବସିରହୁଛନ୍ତି। ରୋଜଗାର ପାଇଁ ଇଚ୍ଛା ଥିଲେ ବି ସାଥ୍‌ ଦେଉନି ଶରୀର। ବିନା ଆଶା ବାଡିରେ ପାଦେ ବାଟ ଚାଲିବା ତାଙ୍କ ପାଖରେ ସମ୍ଭବ ବି ନୁହେଁ। ହେଲେ ସଦନଙ୍କ ଏହି ଅସମୟରେ ସାହାଯ୍ୟର ହାତ ବଢାଇଛନ୍ତି ୮୦ ବର୍ଷିୟ ବୃଦ୍ଧ ସିଦ୍ଧୁ ନାୟକ ।

ଯେଉଁ ବୟସରେ ପୁଅର ରୋଜଗାରରେ ଚଳିବାର କଥା ଆଜି ସେଇ ବୟସରେ ସେ ପୁଅ ପାଇଁ କରୁଛନ୍ତି ରୋଜଗାର, ପୁଣି ହସିହସି । କେତେବେଳେ ଚାଉଳ ତ କେତେବେଳେ ପନିପରିବା । ଏମିତିକି ଅନେକ ପ୍ରକାର ସାମଗ୍ରୀ ଆଣି ଘରେ ଥୋଇଦେଉଛନ୍ତି। ଆଉ ସତେ ଯେମିତି କହୁଛନ୍ତି, ପୁଅ ତୁ ବ୍ୟସ୍ତ ହୁଅନାରେ ତୋ ବାପା ବଞ୍ଚିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଦନ ଦିବ୍ୟାଙ୍ଗ ହେବା ପରେ ବି ତାଙ୍କୁ ଏଯାଏଁ ମିଳିନି ସରକାରୀ ସହାୟତା। ଏନେଇ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ବିଡିଓଙ୍କ ସହ କଥା ହୋଇ ସଦନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ । ତେବେ ଦିବ୍ୟାଙ୍ଗ ହେବା ପରେ ବି ସ୍ତ୍ରୀ କି ବାପା କେହି ସଦନଙ୍କୁ ହତାଦାର କରିନାହାନ୍ତି ବରଂ ତାଙ୍କର ସେବା ଶୁଶ୍ରୁଷା କରିବା ସହିତ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

(ରିପୋର୍ଟ- ସୁନୀଲ ପଣ୍ଡା, କୋଇଡା)

Love Story
Advertisment
Advertisment