• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ପ୍ରେମ ପାଇଁ ସାତ ନଈ ସାତ ଦରିଆ ପାର ହେବା କିଛି ନୂଆ କଥା ନୁହେଁ । କୁହାଯାଏ ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ଅନ୍ଧ । ତେବେ ଆମ ଆଗରେ ଏବେ ଆଉ ଏକ ପ୍ରେମ କାହାଣୀ ଆସି ପହଞ୍ଚିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା, ଯାହାଙ୍କର ବୟସ ୮୩ ଛୁଇଁଲାଣି । ହେଲେ ସେ ଯାହାକୁ ଭଲ ପାଇ ବାହା ହୋଇଛନ୍ତି ତାଙ୍କର ବୟସ ମାତ୍ର ୨୮ । ଆଉ ଉକ୍ତ ଯୁବକ ଜଣକ ହେଉଛନ୍ତି ଜଣେ ଅଟୋ ମେକାନିକ୍‌ । ଯିଏ କି ପାକିସ୍ତାନର ମୂଳ ବାସିନ୍ଦା । ତାଙ୍କର ନାଁ ହାଫିଜ୍‌ ମହମ୍ମଦ ନଦୀମ । ଆଉ ମହିଳା ଜଣକ ହେଉଛନ୍ତି ପୋଲାଣ୍ଡ ଦେଶର ମୂଳ ବାସିନ୍ଦା । ତାଙ୍କର ନା ବ୍ରୋମା ।

ତେବେ ଏହି ପ୍ରେମ ବିବାହରେ ଆପଣଙ୍କୁ କେବଳ ବୟସର ପାର୍ଥକ୍ୟ ଦେଖାଯାଉଥିବ । ଜଣେ ୨୮ ବର୍ଷିୟ ଯୁବକ କାହିଁକି ଜଣେ ୮୩ ବର୍ଷିୟ ମହିଳାଙ୍କୁ ଭଲ ପାଇ ବିବାହ କରୁଛନ୍ତି । କିନ୍ତୁ କଥା ସେତିକି ନୁହେଁ । ଏଥିରେ ଆଉ ଏକ ବଡ଼ ରୋଚକ କଥା ମଧ୍ୟ ରହିଛି । ମହିଳା ଜଣଙ୍କ ଉକ୍ତ ଯୁବକଙ୍କୁ ୬ ବର୍ଷ ଧରି ଭଲ ପାଉଥିଲେ । ପ୍ରଥମେ ଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା । ପରେ ବନ୍ଧୁତ୍ୱ ବଢ଼ିଥିଲା । ଆଉ ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ବ୍ରୋମାଙ୍କ କହିବାନୁଯାୟୀ, ସେ ଦୀର୍ଘ ବର୍ଷ ପରେ ତାଙ୍କ ଲାଇଫ୍‌ ପାର୍ଟନରକୁ ପାଇଛନ୍ତି । ସେଥିପାଇଁ ସେ ଖୁବ୍‌ ଖୁସି ।

ତେବେ ଏହାରି ଭିତରେ ଆଉ ଏକ ରୋଚକ ପ୍ରସଙ୍ଗ ହେଲା, ଉଭୟ ୬ ବର୍ଷ ଧରି ଉଭୟଙ୍କୁ ପ୍ରେମ କରୁଥିଲେ ମଧ୍ୟ କେହି କାହାରିକୁ ଦେଖି ନାହାନ୍ତି । କେହି କାହାରିକୁ ଭେଟି ନାହାନ୍ତି । ଏବେ ଉଭୟ ବିବାହ ମଣ୍ଡପରେ ସିଧା ସଳଖ ଭେଟ ହୋଇଛନ୍ତି । ରୀତିନୀତି ଅନୁସାରେ ଉଭୟଙ୍କର ବିବାହ ହୋଇଛି । ବ୍ରୋମା ଏପରି ଭାବେ ନଦୀମଙ୍କ ପ୍ରେମରେ ପାଗଳ ହେଲେ ଯେ, ସେ ଏକାକି ପୋଲାଣ୍ଡର ପୋଲିସ ସହରରୁ ପାକିସ୍ତାନ ପହଞ୍ଚିଥିଲେ ବିବାହ କରିବାକୁ ।

ତେବେ ନଦୀମଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, କିଛି ଦିନ ପୂର୍ବରୁ ଜଣେ ସମ୍ପର୍କୀୟ ଝିଅଙ୍କ ସହ ନଦୀମଙ୍କର ବିବାହ କରିବାକୁ ନିଷ୍ପତ୍ତି ହୋଇଥିଲା । ସେତେବେ ବ୍ରୋମାଙ୍କ ବିଷୟରେ ଆମେ ଜାଣି ନଥିଲୁ । କିନ୍ତୁ ଏବେ ବ୍ରୋମା ଓ ନଦୀମଙ୍କର ବେଶ ଶାନ୍ତି ଶୃଙ୍ଖଳାରେ ବିବାହ ସମ୍ପନ୍ନ ହୋଇଛି ।