Advertisment

କି କାମରେ ଲାଗିବ ଗାଁ ଗାଁରୁ ସଂଗୃହୀତ ଚାଉଳ ଓ ଗୁଆ ?

ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
puri Jagannath Arpan Rath Controversy

Arpan Rath

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ପୂର୍ବରୁ ଗାଁ ଗାଁ ବୁଲି ଅର୍ପଣ ରଥ ସଂଗ୍ରହ କରିଥିବା ଚାଉଳ ଗଲା କୁଆଡ଼େ । ସେ ପ୍ରଶ୍ନ ସାରା ରାଜ୍ୟବାସୀ ପଚାରୁଥିବାବେଳେ ମାଲକାନଗିରିରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ମାଲକାନଗିରି ଜଗନ୍ନାଥ ମନ୍ଦିରରେ ପଡ଼ି ରହିଛି ଚାଉଳ। ତେବେ ଏହି ଚାଉଳ କେବେ ପୁରୀ ଯିବ, ସ୍ଥାନୀୟ ଲୋକେ ସେ ପ୍ରଶ୍ନ କରୁଥିବାବେଳେ ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା । ତେଣେ ପ୍ରଶାସନ କହିଛି ଚାଉଳ କେବେ କେଉଁଠିକୁ ଯିବ ସେ ନେଇ କିଛି ନିର୍ଦ୍ଦେଶ ଆସିନି, ତେଣୁ ମନ୍ଦିରରେ ରଖିଛୁ।

Advertisment

ସେହିପରି ଗଞ୍ଜାମ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରେ ବି ବସ୍ତା ବନ୍ଧା ହୋଇ ପଡିରହିଛି ଅର୍ପଣ ରଥ ଦ୍ୱାରା ଗାଁ ଗାଁରୁ ସଂଗୃହୀତ ହୋଇ ଆସିଥିବା ଚାଉଳ। ଯଦିଓ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବରେ ସଂଗୃହୀତ ଏ ଚାଉଳ କାମରେ ଲାଗିବା ସହ ଗୁଆ ମହୋଦଧୀକୁ ଫିଙ୍ଗା ଯିବ ବୋଲି କୁହାଯାଇଥିଲା, ହେଲେ ଏଠି ଏମିତି ଅବସ୍ଥାରେ ପକାଇ ରଖାଯିବାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। କାହିଁକି ଉଦଘାଟନ ଉତ୍ସବକୁ ଚାଉଳ ପଠାଗଲା ନାହିଁ ବୋଲି ଲୋକେ ପ୍ରଶ୍ନ କରିବା ସହ ଲୋକଙ୍କ ଭାବନା ସହ ଏଭଳି ଖେଳ ଆଦୌ ଠିକ ହୋଇନି ବୋଲି କହିଛନ୍ତି। ସେପଟେ ଖଲ୍ଲିକୋଟ ବିଡିଓ କହିଛନ୍ତି ସଂଗୃହୀତ ଚାଉଳ, ଗୁଆ ଓ ଟଙ୍କା ହିସାବ କରି ରଖାଯାଇଛି। ଆସନ୍ତା ୨୪ତାରିଖରେ ଏହି ଚାଉଳରୁ ୧୦ କେଜି ପୁରୀ ପଠାଯିବ।

Odisha Malkangiri Srimandir Parikrama Project
Advertisment
Advertisment