• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ପହଞ୍ଚିଛନ୍ତି । କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ଥର ପାଇଁ ନିଜ ଜିଲ୍ଲା ତଥା ନିଜ ଘରକୁ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି।

ଏହାପରେ ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ । ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିବେ ।

ରାତିରେ ମହୁଲଡିହାସ୍ଥିତ ଡାକବଙ୍ଗଳାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି କେନ୍ଦୁଝର, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ମୟୂରଭଂଜ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।