/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662380427.jpg)
SuryaKiran Show Time Table
ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ। N32 ବିମାନରେ ଇଣ୍ଡକ୍ସନ ଟିମ୍ ପହଞ୍ଚିବ। ୮ ତାରିଖରେ C17 ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ। ୯ ତାରିଖରେ ସୋରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ। ସୋରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ।
୧୦ରେ ମ୍ୟାପିଂ ସର୍ଟି ବା ରିହରସଲ୍ ହେବ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ ପାଇଁ ଯୋଜନା ହୋଇଛି।
୧୬ରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀର ଜାଲି ପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ ୧୮ରେ ପୁରୀର ଗଭର୍ଣ୍ଣର ହାଉସ୍ ଉପରେ ସୋ ପାଇଁ ଯୋଜନା ରଖାଯାଇଛି। ପାଣିପାଗ ସ୍ଥିତି ଆଧାରରେ ସକାଳ ୧୦ଟାରୁ ୧୧ଟା କିମ୍ବା ଅପରାହ୍ଣ ୪ଟା ୧୫ରୁ ୫ଟା ୧୫ ଯାଏଁ ହେବ ସୋା ପୁରୀ ଏୟାର ସୋ ସୁନିଶ୍ଚିତ ହୋଇସାରିଛି। ଭୁବନେଶ୍ୱର ଏୟାର ସୋ ପାଇଁ ଏୟାର ସ୍ପେସ ଅନୁମତିକୁ ଅପେକ୍ଷା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)