ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍ । ଆକାଶ ମାର୍ଗରୁ ସୂର୍ଯ୍ୟକିରଣର ଝଲକ ଦେଖିଲେ ଦର୍ଶକ । ଭିନ୍ନ ଭିନ୍ନ କଳାକୌଶଳ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କଲେ ସୂର୍ଯ୍ୟକିରଣ ଟିମ୍
ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିଥିଲା। ଏହାକୁ ଦେଖିବା ପାଇଁ ଲୋନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡ ଏତେ ହୋଇଯାଇଥିଲା ଯେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା।
ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍ୱା ଦେଖିବେ।
ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି।
ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।
ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ ।
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ।
ଏଭଳି ସୋ ଓଡ଼ିଶାର ଯୁବପିଢିଙ୍କୁ ଏୟାରଫୋର୍ସରେ ଯୋଗ ଦେବାକୁ ଅଧିକ ଉତ୍ସାହିତ କରିବ।