IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୫ ଏସ୍‌ପି

୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି। 

IPS reshuffle in odisha

IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି। ମିତ୍ରଭାନୁ ମହାପାତ୍ର ରାଉରକେଲା ଏସ୍‌ପି ହୋଇଛନ୍ତି। ସେହିପରି ବି. ଗଙ୍ଗାଧର ମୟୂରଭଂଜ ଏସ୍‌ପି, ମୁକେଶ କୁମାର ଭାମୁ ସମ୍ବଲପୁର ଏସ୍‌ପି, ନୀତିନ କୁଶଲକର କେନ୍ଦୁଝର ଏସ୍‌ପି ଓ ରିଷିକେଶ ଖିଲାରୀ ବଲାଙ୍ଗିରଏସ୍‌ପି ହୋଇଛନ୍ତି।  

ସେହିପରି ଏ.ଏମ୍ ପ୍ରସାଦ ସ୍ପେଶାଲ ଡିଜି HRPC ହୋଇଛନ୍ତି। ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ରାଧାକୃଷ୍ଣ ଶର୍ମା ଏଡିଜି ହେଡକ୍ବାର୍ଟର, ସଂଜୟ କୁମାର ଏଡିଜି ଆଇନଶୃଙ୍ଖଳା ଓ କମ୍ୟୁନିକେସନ, ଅମିତାଭ ଠାକୁର ପରିବହନ କମିଶନର, ଏସ୍. ଦେବଦତ୍ତ ସିଂହ ଏଡିଜି ଅପରେସନ, ଦୟାଲ ଗଙ୍ଗୱାର ଏଡିଜି ରେଲୱେ ଓ ତଟ ସୁରକ୍ଷା ଓ ରାଜେଶ କୁମାର ଏଡିଜି ଆଧୁନିକୀକରଣ ହୋଇଛନ୍ତି।

ସେହିପରି ନରସିଂହ ଭୋଳ ଅବକାରୀ କମିଶନର, ଆଶିଷ ସିଂହ କେନ୍ଦ୍ରାଞ୍ଚଳ ଆଇଜି, ରାଜେଶ ପଣ୍ଡିତ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି, ଅଖିଳେଶ୍ୱର ସିଂହ ଡିଆଇଜି SIW ଓ ଚରଣ ସିଂ ମୀନା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହୋଇଛନ୍ତି