/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709120302.jpg)
IAS reshuffle
IAS ସ୍ତରରେ ହେଲା ଛୋଟ ଅଦଳବଦଳ । ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ଜିଲ୍ଲାପାଳସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୟୂରଭଂଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ୱର ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଥାକରେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ବିନୟ କୁମାର ଦାସଙ୍କୁ କଟକ ମହାନଗର ନିଗମ (ସିଏମସି) କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।
ରାଜ୍ୟ ସରକାରଙ୍କ ଆଇଏଏସ କ୍ୟାଡରରେ ଯୁଗ୍ମ ସଚିବଙ୍କୁ ପ୍ରଦାନ କରାଯାଉଥିବା ଷ୍ଟାଟସ ଓ ଦାୟିତ୍ୱ ପରି ସମାନ କ୍ଷମତା ସିଏମସି କମିଶନରଙ୍କୁ ପ୍ରଦାନ କରାଯିବ । କଟକ ବିକାଶ କର୍ତ୍ତୃପକ୍ଷ (ସିଡିଏ)ର ଉପାଧ୍ୟକ୍ଷ ଭାବେ ଶ୍ରୀ ଦାସ ଅତିରିକ୍ତ ଦାୟିତ୍ୱରେ ରହିବେ । ସିଏମସି କମିଶନର ସହିତ ସିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)