ଏଥର ଯିବେ କୁଆଡ଼େ ! ହାଇକୋର୍ଟ ମାଗିଲେଣି ଜବାବ ! ପ୍ରଶାସନ ଉତ୍ତର ଦେବାକୁ ଏବେ ବାଧ୍ୟ ହେବ ! ଏଭଳି ଆଲୋଚନା ଏବେ ସାଧାରଣରେ ତଥା ବୁଦ୍ଧିଜୀବୀ ମହଲରେ ଜୋରଦାର ଚାଲିଛି । କାରଣ ସରକାରଙ୍କୁ ହାଇକୋର୍ଟ ମାଗିଛନ୍ତି ଜବାବ । ଯେଉଁ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦୀର୍ଘ ଦିନ ଧରି ବିଭନ୍ନ ମହଲ ଦାବି କରି ଆସୁଥିଲେ, ଏବେ ତାଙ୍କ କଥାକୁ ଦୋହରାଇଛନ୍ତି ହାଇକୋର୍ଟ ।
Also Read
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ଏକ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବେ ଠାରୁ ଓ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ଜଗମୋହନ ଏବଂ ନାଟ ମଣ୍ଡପ ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆମିକସକ୍ୟୁରୀ । ଆବଶ୍ୟକ ମରାମତି କାର୍ଯ୍ୟ ହୋଇନଥିବା ଏଥିରେ ସେ ଉଲ୍ଲେଖ କରିଛନ୍ତି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କାମ ସାରିବାକୁ ASI କହିଥିଲେ ।
ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଯଦି ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ପୂର୍ବରୁ ଏଏସଆଇ ପକ୍ଷରୁ କୁହାଯାଇଥିଲା । କିଛି ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଥିଲା । ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଥିଲା । ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା । ପ୍ଲାଷ୍ଟରଖଣ୍ଡକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଥିଲା ।