Advertisment

ରାଜ୍ୟରେ ହେଉନି ବିଦ୍ୟୁତ କାଟ: ପ୍ରତାପ ଦେବ

ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।

ଅଦ୍ୟତନ ହୋଇଛି
Pratap Deb On Power Cut

Energy minister Pratap Deb refutes claims of power cut

Advertisment

ରାଜ୍ୟରେ ବିଦ୍ୟୁତ କାଟ ହେଉନି। ଓଭର ଲୋଡିଂ ଯୋଗୁ ଟ୍ରିପ୍ ହେଉଛି। ଟ୍ରାନ୍ସଫର୍ମରର କ୍ଷମତା ଠାରୁ ଅଧିକ ଲୋଡ ପଡୁଥିବାରୁ ବିଦ୍ୟୁତ କଟିଯାଉଥିବା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟରେ ବିଦ୍ୟୁତ ଯୋଗାଣର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି।

Advertisment

ବିଶେଷକରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ ଟ୍ରିପ କରିଗଲେ ଠିକ୍ ହେବାକୁ ୬ରୁ ୭ ଘଣ୍ଟା ଲାଗୁଛି।ଗ୍ରାମାଞ୍ଚଳରେ ଏହାର ମରାମତି ଲାଗି ଅଧିକ ସମୟ ଲାଗୁଛି । ନିରବଛିନ୍ନ ବିଜୁଳି ଯୋଗାଇବା ଲାଗି ଚେଷ୍ଟା କରାଯାଉଥିବା କହିଛନ୍ତି ଶକ୍ତିମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି। ଯେଉଁଠି ଟ୍ରାନ୍ସମଫର କ୍ଷମତାଠାରୁ ଅଧିକ ଲୋଡ୍ ପଡୁଛି ସେଠାରେ ଲୋ ଭୋଲଟେଜ ହେବ। ଚଳିତ ବର୍ଷ ପିକ୍ ସମୟରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟ ବିଜୁଳର ଆବଶ୍ୟକତା ରହୁଥିବା କହିଛନ୍ତି ଶକ୍ତିମନ୍ତ୍ରୀ।

Advertisment

ଗତ ବର୍ଷ ଏହି ଆବଶ୍ୟକତା ୫ ହଜାର ୫୦୦ ମେଗାୱାଟ ରହିଥିଲା। ସେପଟେ ବିଦ୍ୟୁତ କାଟ ସମସ୍ୟା ନେଇ ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

Advertisment
Power Cut Pratap Deb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ