/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664289001.jpg)
Bus Accident
ପୋଖରୀରେ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ପଶ୍ଚିମବଙ୍ଗ କୋକଡ଼ାହାଟି ନିକଟରେ ଘଟିଛି ଦୁର୍ଘଟଣା । ପଶ୍ଚିମବଙ୍ଗର ହାଲଦିଆ ବାଲୁଘାଟାରୁ କୁକୁଟାହାଟି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ପ୍ରାୟ ୪୦ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।
ସେହିଭଳି ଭଦ୍ରକ ଧାମନଗର ଥାନା ପଳିକିରି ଛକରେ ଓଲଟିଲା ଅଟୋ । ଏଥିରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଗାଡ଼ିରେ ୧୦-୧୨ଜଣ ପିଲା ଥିଲେ । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକେ ପିଲାଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ପିଲାମାନେ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି ।
ସେହିଭଳି ଗତ ୨୨ ତାରିଖରେ ସିଲଭର ସିଟି କଟକ ରେ ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଥିଲା । ଡିଭାଇଡରରେ ପିଟି ହୋଇ ବସଟି ଗଛ ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ପରେ ବସ୍କୁ ବାହାର କରିଥିଲେ ଅଗ୍ନିଶମ କର୍ମଚାରୀ । ତେବେ ସୌଭାଗ୍ୟବସତଃ ବସରେ ଯାତ୍ରା କରୁଥିବା ସମସ୍ତ ପିଲା ସୁରକ୍ଷିତ ଥିଲେ । ଅନ୍ୟପଟେ ପୂର୍ବରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୋଷ ଜାହିର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)