Advertisment

'ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯାଇଛି'

ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Baijayant Panda

Jay Panda

ନୂଆଦିଲ୍ଲୀରେ ଆୟୋଜିତ ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ NBFର ଜାତୀୟ କନକ୍ଲେଭରେ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଡଜ୍ ମିଡିଆ ନିଡ୍ ଏ ୱାଚ ଡଗ୍ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଗଣମାଧ୍ୟମକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିବା ବୈଜୟନ୍ତ ପଣ୍ଡା କହିଛନ୍ତି।

Advertisment

ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟ ତାଙ୍କ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଏଥିପାଇଁ ସବୁ ସାମ୍ବିଧାନିକ ବିଧି ବ୍ୟବସ୍ଥା, ନିୟମକାନୁନକୁ ଭଙ୍ଗ କରାଯାଇଥିଲା କିନ୍ତୁ ସେଥିରେ ସେମାନେ ସଫଳ ହୋଇ ନ ଥିଲେ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

Advertisment

ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସଂସ୍ଥା ଗଠନ ହୋଇଛି। ଏଡିଟରର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଓ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଭଳି ସଂସ୍ଥା ଗଠନ ହୋଇଥିଲେ ମଧ୍ୟ ସେମାନେ ନାଗରିକଙ୍କ ଅଧିକାର ପାଇଁ ସ୍ୱର ଉଠାଇଛନ୍ତି କି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି। 

Baijayant Panda NBF Otv
Advertisment
Advertisment