• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିଗପହଣ୍ଡି ବସ୍‌ ଦୁର୍ଘଟଣାକୁ ନେଇ ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ପ୍ରତିକ୍ରିୟା ରଖିଛନ୍ତି । ସରକାରୀ ବସ୍‌ର ଡ୍ରାଇଭର ପାଇଁ ଦିଗପହଣ୍ଡି ଦୁର୍ଘଟଣା ଘଟିଥିଲା ବୋଲି ଏସ୍‌ପି କହିଛନ୍ତି । ତାହାସହ ସେ ଆହୁରି କହିଛନ୍ତି କି, ସରକାରୀ ବସ୍‌ ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଏହି ଦୁର୍ଘଟଣା ହୋଇଛି ।

ଉଭୟ ଡ୍ରାଇଭରଙ୍କ ମଦ୍ୟପାନ ଟେଷ୍ଟ ହୋଇଛି, ଉଭୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସରକାରୀ ବସ ଡ୍ରାଇଭରର ଦ୍ରୁତ ଗତି ଓ ଆଖି ପଡ଼ିବା ଯୋଗୁଁ ଏହା ହେବା ସହ ବେପରୁଆ ଗାଡ଼ି ଚାଳନା ପାଇଁ ଡ୍ରାଇଭରକୁ ୩୦୪ ଦଫାରେ ଗିରଫ କରାଯାଇଛି । ତାହାଛଡ଼ା ଏହି ଘଟଣାରେ ଘରୋଇ ବସ ମାଲିକ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଏସ୍‌ପି କହିଛନ୍ତି । ଏଥିପାଇଁ ତାଙ୍କୁ ନୋଟିସ ପଠାଇବୁ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ଗତକାଲି ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ଅନୁସାରେ ଗୁଡ଼ାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ୍‌ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍‌ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ଖବର ପାଇବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଓଲଟି ପଡ଼ିଥିବା ବସ୍‌ଟିରେ ମୋଟ୍‌ ୨୫ ଜଣ ଯାତ୍ରୀଥିବା ସୂଚନା ରହିଛି ।

  • Reported by:
  • JAGANATH SAHU