Advertisment

ଶିକ୍ଷକତାରୁ ୟୁଟ୍ୟୁବର, ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର

ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Art Teacher Earns More Than One Lakh From Youtube

Art Teacher Earns More Than One Lakh From Youtube

ଆନିମେସନ ଭିଡ଼ିଓ ଏବେ ରୋଜଗାର ଯୋଗାଇବା ସହ ଅନେକଙ୍କୁ ମନୋରଞ୍ଜନ ଯୋଗାଉଛି । ଆର୍ଟର୍ସ ଶିକ୍ଷକଙ୍କ ଏହି ପ୍ରୟାସ ପାଇଁ ଛାତ୍ରଛାତ୍ରୀ ମଧ୍ୟ ରୋଜଗାରକ୍ଷମ ହୋଇଛନ୍ତି। କଳା ଶିକ୍ଷକରୁ ୟୁ-ଟ୍ୟୁବର, ଆନିମେଟେଡ଼ ଭିଡ଼ିଓ ମାଧ୍ୟମରେ ରୋଜଗାର ଲକ୍ଷାଧିକ ଟଙ୍କା । କେବଳ ସେତିକି ନୁହେଁ ଯୋଗାଇଛନ୍ତି ୧୨ରୁ ଅଧିକଙ୍କୁ ରୋଜାଗାର। ଅଧିକାଂଶ ନିଜ ଗାଁର ଛାତ୍ରଛାତ୍ରୀ। ନିପଟ ମଫସଲ ଗାଁରେ ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିନ ତମାମ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷାଦନ କରି ଘରେ ରାତି ତମାମ ଏଥିରେ ନିଜର ଟିମକୁ ଧରି ଲାଗିପଡନ୍ତି ଓ ରୋଜଗାର କରନ୍ତି ଲକ୍ଷାଧିକ ଟଙ୍କା। ତେବେ ସେ ଏକା ନୁହଁନ୍ତି ତାଙ୍କର ଗାଁରେ କିଛି ଯୁବପିଢିକୁ ମଧ୍ୟ ରୋଜଗାର କ୍ଷମ କରାଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ଭଦ୍ରକ ଜିଲ୍ଲା ରୁ ଜଣେ କଳା ଶିକ୍ଷକ କେମିତି ରୋଜଗାରର ପନ୍ଥା ଯୋଗାଉଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୟୁଟ୍ୟୁବ୍‌ ବଦଳାଇଦେଲା ଭାଗ୍ୟ : ଜାତୀୟ ସ୍ତରର ସଫଳ ଖେଳାଳି ବନିଗଲେ ଉପାନ୍ତ ଅଞ୍ଚଳର ଜଣେ ଯୁବକ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋସ୍ଥିତ ପାଞ୍ଚବାଟିଆ ଗାଁରେ ଏବେ ଅନେକ ଛାତ୍ରଛାତ୍ରୀ ରୋଜଗାରକ୍ଷମ । ପାଠ ପଢିବା ସହ ଘର ପାଇଁ ଅର୍ଥ ଉପାର୍ଜନ କରୁଛନ୍ତି । ଯେଉଁଠାରେ କାମ ଶିଖୁଛନ୍ତି, ସେହିଠାରେ ମଧ୍ୟ କାମ କରି ବେଶ ଦୁଇ ପଇସା କମାଉଛନ୍ତି। ଏହି ଗାଁର କଳା ଶିକ୍ଷକ ପ୍ରଫୁଲ୍ଲ ନାୟକଙ୍କ ଉଦ୍ୟମ ଏବେ ସବୁଠି ଚର୍ଚ୍ଚାରେ । ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି। ସମସ୍ତ ଭିଡ଼ିଓ ଆନିମେଟେଡ୍‌। ସୁକୁଟା କମେଡି ନାମରେ ଚାଲିଛି ପେଜ୍। କାହାଣୀର ମୁଖ୍ୟ ନାୟକ ସୁକୁଟା, ନାୟିକା ଚେମିଡ଼ି, ଟୁଙ୍ଗୁରୁ, ବିକଳ ନନା, ସୁକରାମ ଭଳି ଚରିତ୍ର ରହିଛନ୍ତି।

Advertisment

ଏହି ଆନିମେଟେଡ଼ ଭିଡ଼ିଓ ପାଇଁ ପ୍ରଥମେ ଷ୍ଟୋରୀ ବୋର୍ଡ ରେଡି ହେବା ପରେ ଭଏସ ରେକର୍ଡ ହୁଏ ଓ ପୁଣି ଆନିମେସନ ହୋଇ ଷ୍ଟୋରୀ ପ୍ରସ୍ତୁତ ହୋଇ ୟୁଟ୍ୟୁବରେ ଅପଲୋଡ ହୁଏ। ଏବେ ଏହି ସୁକୁଟା କମେଡି ପେଜରେ ୫ ଲକ୍ଷରୁ ଅଧିକ ସବସ୍କାଇବର ଅଛନ୍ତି। ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବା ବେଳେ ଗାଁର ୧୨ରୁ ଅଧିକ ଛାତ୍ରଛାତ୍ରୀ ଓ ବୟସ୍କ ମାସିକ ଦରମା ନେଇ କାମ କରୁଛନ୍ତି।

କଳାଶିକ୍ଷକ ଭାବେ ବନ୍ତ ବ୍ଲକର ଗଣିଜାଙ୍ଗ ସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସା ସାଉଁଣ୍ଟିଛନ୍ତି ପ୍ରଫୁଲ୍ଲ ନାୟକ। ସକାଳ ୧୦ ରୁ ଅପରାହ୍ନ ୪ଟା ଯାଏଁ ସ୍କୁଲ। ତା’ପରେ ସେ ପାଲିଟି ଯାଆନ୍ତି ଜଣେ ୟୁ-ଟ୍ୟୁବର। ସ୍କୁଲରୁ ଫେରି ଲାଗିଯାଆନ୍ତି ନିଜ ଟିମ ସହ ଆନିସମେଶନରେ । ଗାଁର ଛାତ୍ରଛାତ୍ରୀମାନେ ଏଠାରେ ଶିଖିବା ସହ ନିଜେ କାମ କରୁଛନ୍ତି । ପାଠ ପଢିବା ସହ ବଳକା ସମୟରେ ଏଠି କାମ କରିବା ପାଇଁ ମାସିକ ପାରିଶ୍ରମିକ ମଧ୍ୟ ମିଳୁଛି।

ଛାତ୍ରଛାତ୍ରୀ ଓ କେତେକ ଯୁବକ ଭିନ୍ନ ଭିନ୍ନ ଚରିତ୍ର ପାଇଁ ନିଜେ ଭଏସ ଦିଅନ୍ତି । ଷ୍ଟୋରୀ ଲେଖା ହେବା ଠାରୁ ରେକର୍ଡ଼ିଂଗ ଓ ଏଡିଟିଙ୍ଗ ସବୁ ଗୋଟିଏ ସ୍ଥାନରେ ହୁଏ । ପ୍ରତ୍ୟେକ ସପ୍ତାହରେ ଗୋଟିଏରୁ ଦୁଇଟି ଶିକ୍ଷଣୀୟ ଭିଡ଼ିଓ ପ୍ରସ୍ତୁତ ହୁଏ । ମୁଖ୍ୟତଃ ଛୋଟ ଛୋଟ ପିଲାଙ୍କ ପାଇଁ ଆଧ୍ୟାତ୍ମିକ, ଶିକ୍ଷଣୀୟ ଓ ମଜାଦାର ଭିଡ଼ିଓ ପ୍ରସ୍ତୁତ ପାଇଁ ଦମଦାର କଣ୍ଟେଣ୍ଟ ପ୍ରସ୍ତୁତ ହୁଏ ।

(ରିପୋର୍ଟ: ପାର୍ଥସାରଥୀ  ନାୟକ, ଭଦ୍ରକ)

YouTube Teacher
Advertisment
Advertisment