• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟୁଭ ଦେଖାଇଲା ରାହା । ଆଉ ସେ ପାଲିଟିଗଲେ ମିକ୍ସ ମାର୍ଶାଲ ଆର୍ଟ ଜାତୀୟ ଖେଳାଳି । କୁହାଯାଏ ବିନାଗୁରୁରେ ସଫଳ କ୍ରୀଡାବିତ୍ ହେବା କଷ୍ଟକର । କିନ୍ତୁ ଉପାନ୍ତ ଜିଲ୍ଲା ମାଲକାନଗିରିର ଜଣେ ଆଦିବାସୀ ଯୁବକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ବିନା ଗୁରୁରେ ସେ ବନିଛନ୍ତି ଜଣେ ସଫଳ ଜାତୀୟ ଖେଳାଳି । ୟୁଟୁବ୍ ଦେଖି ସମ୍ମାନଜନକ ମିକ୍ସ ମାର୍ଶାଲ ଆର୍ଟ ଖେଳାଳି ବନିଛନ୍ତି ମାଲକାନଗିରିର ରାଜେଶ ପୂଜାରୀ । ହେଲେ ଏକଥା ଜିଲ୍ଲା କି ରାଜ୍ୟ ପାଖରେ ଏହାର କୌଣସି ଖବର ନାହିଁ ।

ଜିଲ୍ଲା ପୋଲିସ୍ ଜିମ୍ ସେଣ୍ଟରରେ ବଦଳି ଯାଇଛି ରାଜେଶଙ୍କ ଭାଗ୍ୟ । ଜିମ୍ କରିବାକୁ ଆସିଥିଲେ, କିନ୍ତୁ ଜାଣିନଥିଲେ ସେଠାରେ ତାଙ୍କ ଭିତରେ ଲୁଚି ରହିଥିବା ଏକ କ୍ରୀଡାବିତ୍ କୁ ମିଳିବ ନୂଆ ପରିଚୟ । ନିଜର ଇଚ୍ଛା ଶକ୍ତି ଯୋଗୁଁ ସେ ନିଜକୁ ଜାତୀୟ କ୍ରୀଡ଼ାବିତ ଭାବେ ପରିଚିତ କରାଇଛନ୍ତି । ରାଜେଶ ନିଜେ ନିଜର ଭବିଷ୍ୟତ ଗଢିବାକୁ ମନସ୍ଥ କରିଥିଲେ । ଜଣେ ସଫଳ କ୍ରୀଡ଼ାବିତ ହେବାର ସ୍ୱପ୍ନ ଦେଖିଥିଲେ । ଆଉ ୟୁଟୁବ୍ ମାଧ୍ୟମରେ ବିଭିନ୍ନ ମାର୍ଶାଲ ଆର୍ଟ ଦେଖିଲେ । ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କଲେ । ଜିଲ୍ଲା ପୋଲିସ ଜିମକୁ ଯାଇ ନିଜର ଲକ୍ଷ୍ୟ ସ୍ଥିର କଲେ ।

ରାଜେଶ ନିଜକୁ ଆଗକୁ ନେବା ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ପରିବାରରେ ବାପା ରାମ ପୂଜାରୀଙ୍କ ହିଁ ରୋଜଗାର । ସ୍ୱଳ୍ପ ଦରମା କାରଣରୁ ପରିବାର ଲୋକେ ରାଜେଶଙ୍କ ସହ ସହମତ ନଥିଲେ । କିନ୍ତୁ ନିଜ ଜିଦ ରେ ଅଟଳ ରାଜେଶ ମାତ୍ର ୧୮ବର୍ଷରେ ହାଇଦ୍ରାବାଦ ଚାଲିଗଲେ । ସେଠାରେ ୩ମାସ ତାଲିମ ନେବାପରେ ସେ ଜାତୀୟ ପ୍ରତିଯୋଗିତାରେ ହାଇଦ୍ରାବାଦ ପାଇଁ ରୌପ୍ୟ ପଦକ ଜିତିଲେ ଓ ପରେ ଲଗାତାର ତିନୋଟି ଗୋଲ୍ଡ ମେଡାଲ ଜିତିଲେ ।

ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦେଶର ବଡ଼ ସହରରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି । ବିଦେଶରେ ମଧ୍ୟ ପଦକ ଜିତିଛନ୍ତି ରାଜେଶ । ବାପା ପୁଅ ପାଖକୁ ମାସକୁ ମାତ୍ର ୬ ହଜାର ଟଙ୍କା ପଠାଉଥିଲେ । ଜଣେ ପୋଲିସ ସିପାହୀ ହୋଇ ପରିବାର ପ୍ରତିପୋଷଣ କରିବା ସହ ପୁଅର କ୍ରୀଡା ଭବିଷ୍ୟତ ଗଢିବା ଅସମ୍ଭବ ଥିଲା ବୋଲି କହିଛନ୍ତି ରାଜେଶଙ୍କ ବାପା ।

FVO ରାଜ୍ୟ ସରକାର କ୍ରୀଡା ପ୍ରତି ବେଶ ଧ୍ୟାନ ଦେଉଛନ୍ତି । ପୁରୁଷ ହକି ବିଶ୍ୱକପ ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଛନ୍ତି । ଏପଟେ କିନ୍ତୁ ରାଜ୍ୟରେ ଅନେକ ରାଜେଶ ପ୍ରୋତ୍ସାହନ ଅପେକ୍ଷାରେ । ଏକାଧିକ ଗୋଲ୍ଡ ମେଡାଲ ଜିତିଥିବା ଏହି ସୁନାପୁଅ ବିଷୟରେ କିନ୍ତୁ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ପରିବାର ଲୋକେ ପୁଅର ଭବିଷ୍ୟତ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

(ରିପୋର୍ଟ- ଜିତେନ୍ଦ୍ର ବେଉରା, ମାଲକାନଗିରି)