• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋର୍ଟଙ୍କ ବାରଣ ସତ୍ତ୍ୱେ ସୋସିଆଲ୍ ମିଡିଆ ରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ପ୍ରଶ୍ନ କରିଛନ୍ତି ଅଭିନେତା ତଥା  ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଳିପକୁ ଟୁଇଟରେ ପୋଷ୍ଟ କରି ଏହା ଉପରେ ତାଙ୍କୁ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଅନୁଭବ ଦର୍ଶାଇଛନ୍ତି । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ନାଇଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି ।

ଅନୁଭବ ଆଉ ଏକ ଟୁଇଟରେ ଲେଖିଛନ୍ତି, ଏପରି କରି ତାଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବର୍ଷାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟୁଇଟ୍ କରି ଏପରି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏଭଳି ଅପମାନ ଦ୍ୱାରା ସେ ଏବଂ ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହେଉଛନ୍ତି ।

ଶେଷରେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପାରିବାରିକ ବିବାଦ ମାମଲାରେ ଗତ ୧୪ ତାରିଖରେ ଉଭୟ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପରେ ଫ୍ୟାମିଲି କୋର୍ଟ ଜଜ୍ ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ ।

ସେହି ଦିନ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।  ମିଥ୍ୟା ତଥ୍ୟ ନ ଦେବାକୁ କଟକ ପରିବାର ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ ବର୍ଷା । ଏଥିସହ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଅଯଥା ସମୟ ନନେବାକୁ ମଧ୍ୟ ବର୍ଷା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ ।