Advertisment

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିସ୍ଫୋରକ ବୟାନ: ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା

ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି ।

author-image
Chandan Shishu
ଅଦ୍ୟତନ ହୋଇଛି
Explosive Comment By Actress Varsha Priyadarshini

Explosive comment by Actress Varsha Priyadarshini

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିସ୍ଫୋରକ ବୟାନ । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋ ଜୀବନରେ ଝଡ଼ ଆସିଛି । ମୁଁ ପୀଡ଼ିତା । ଜୀବନ ଅନିଶ୍ଚିତ । କେତେବେଳେ କଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତି ର ଝିଅ। ମୋ ଜୀବନ ରେ ଝଡ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ୍ ଥର ପକେଇବାକୁ ଚେଷ୍ଟା କରିଛି । କିନ୍ତୁ ମୁଁ ପୁଣି ଥରେ ଛିଡା ହୋଇଛି।

Advertisment

ସୋସିଆଲ ମିଡିଆ ରେ ମୁଁ କାହିଁକି ମତ ରଖେନି ବୋଲି ବହୁ ଲୋକ ପ୍ରଶ୍ନ କରିବାରୁ ମୋର ସାମାଜିକ କାର୍ଯ୍ୟକ୍ରମର ଫଟୋ ସେୟାର କଲି । ଏହା ପରେ ବହୁତ ଲୋକ କମେଣ୍ଟ କଲେ ଯେ, ରାଜନୀତିରେ ଯୋଗ ଦେବାକୁ, ଟିକଟ ପାଇବାକୁ ଏସବୁ କରୁଛି । ଛୋଟ ବେଳୁ ମୁଁ ସାମାଜିକ କାମରେ ଜଡ଼ିତ ଥିଲି। ସେତେବେଳ ବି ମୁଁ କଣ ପଲିଟିକସକୁ ଯିବାକୁ ଚାହୁଁଥିଲି କି ବୋଲି ପ୍ରଶ୍ନ କରିଛନ୍ତି ବର୍ଷା। ଜୀବନରେ ବହୁ ଲୋକ ହତାଶ ହୋଇ ଅନ୍ୟର ଗୋଡ଼ ଟାଣନ୍ତି।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗଦେବା ଅବସରରେ
Advertisment

ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି । ନେଗେଟିଭିଟିକୁ କେବେ ଗ୍ରହଣ କରିନି । ଅନ୍ୟାୟ ବିରୋରେ ଚୁପ୍ ନ ରହିବାକୁ ଓ ସୋସିଆଲ ମିଡିଆର ନେଗେଟିଭିଟିରୁ ଦୂରରେ ରହିବାକୁ ରମାଦେବୀ ୟୁନିଭରସିଟିର ଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ସବୁବେଳେ ନୂଆମୋଡ଼ ଆସିଛି। କିଛି ଦିନ ତଳେ ଉଭୟ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ୱାର୍‌ ଲାଗିଥିଲା। ଏନେଇ ବର୍ଷା ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେପଟେ ଅନୁଭବ ତାଙ୍କ ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଥିଲେ। ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ପୁନର୍ଜନ୍ମ ହେବ ବୋଲି କହିଥିଲେ।   

Varsha Priyadarshini
Advertisment
Advertisment