/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665628981.jpg)
Train Derails
ମାଲବାହୀ ଟ୍ରେନ ଲାଇନଚ୍ୟୁତ। ସମ୍ବଲପୁର - ଝାରସୁଗୁଡ଼ା ରେଲଲାଇନର ସରଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିଲା। ଏକ ସିମେଣ୍ଟ ବୋଝେଇ ମାଲଗାଡି ଝାରସୁଗୁଡା ପଟୁ ସମ୍ବଲପୁର ସିଟି ଷ୍ଟେସନ ରାସ୍ତାରେ ଯାଉଥିବାବେଲେ ସରଲା ୟାର୍ଡ ନିକଟରେ କୌଣସି କାରଣରୁ ୪ଟି ବଗି ଲାଇନଚ୍ୟୁତ ହୋଇଛି।
ଅଧିକ ପଢ଼ନ୍ତୁ: ଏଣିକି WhatsApp କହିବ କେଉଁଠି ଅଛି ଟ୍ରେନ୍...ଜାଣନ୍ତୁ, କେମିତି କରିବେ ଚେକ୍
ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେତେକ ଟ୍ରେନକୁ ବାତିଲ କରି ଦିଆଯାଇଥିବା ବେଳେ ଅନ୍ୟ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜିପାଇଁ ୨ ଟି ଟ୍ରେନ କୁ ବାତିଲ କରାଯାଇଛି। ସେହି ୨ ଟି ଟ୍ରେନ ହେଲା- ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଏବଂ ରାଉରକେଲା - ଭୁବନେଶ୍ୱର ଏକ୍ସପ୍ରେସ।
ସେହିପରି ୧୩ ତାରିଖ ପୁରୀ-ଇନ୍ଦୋର ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତ୍ରା କରିବ ରାଉରକେଲା ଗୁଣପୁର ଏକ୍ସପ୍ରେସ। ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁର ଷ୍ଟେସନ ଦେଇ ଛଡାଯାଇଛି। ଟ୍ରାକରେ ମରାମତି କାମ ଚାଲିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)