Advertisment

Big News : ପଢ଼ନ୍ତୁ ଆଜିର ବଡ଼ ଖବର

ବାଲେଶ୍ବର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସୂଚନା ଦେଲେ । ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି, ତଦନ୍ତ ଆରମ୍ଭ ହୋଇଛି ।

author-image
Manasranjan Mohanty
Big News

Big News

-ବାଲେଶ୍ବର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସୂଚନା ଦେଲେ । ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି, ତଦନ୍ତ ଆରମ୍ଭ ହୋଇଛି ।ସେହି ରିପୋର୍ଟ ଆଧାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

Advertisment

-ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ (NCW) । ଛାତ୍ରୀ ଜଣଙ୍କ ଯୌନ ନିର୍ଯାତନା ଓ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି । ବିଭାଗୀୟ ମୁଖ୍ୟ ଏପରି କାର୍ଯ୍ୟ ପାଇଁ ଆତ୍ମାହୁତି ଉଦ୍ୟମ କରିଛନ୍ତି ।

-FM କଲେଜ ଘଟଣାରେ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ କମିଟି । ମୋଟ ୮ ଜଣିଆ କମିଟିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସାମିଲ । କମିଟି ବାଲେଶ୍ବର ଗସ୍ତ କରି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ ।

Advertisment

-ବାଲେଶ୍ବର FM କଲେଜରେ କ୍ରାଇମ୍‌ବ୍ରାଞ୍ଚର CAW&CWର ୨ ଜଣିଆ ଟିମ୍‌ । DSP ଓ ଅତିରିକ୍ତ SPଙ୍କୁ ନେଇ ଦୁଇ ଜଣିଆ ଟିମ୍‌ ପହଞ୍ଚିଲେ । କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଲେ । ଘଟଣା ଉପରେ ଅନୁଧ୍ୟାନ କରିବୁ କହିଲେ DSP

- କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ । ନାରାୟଣପାଟଣା ବ୍ଲକ ପେଦା ଇଟିଗି ଗାଁରେ କଙ୍ଗାରୁ କୋର୍ଟ । ଗୋଟିଏ ବଂଶରେ ବାହାହେଲେ ବୋଲି ମିଳିଲା ବଳଦ ଦଣ୍ଡ । ଗାଁ ଦାଣ୍ଡରେ ପାପ ଶୁଦ୍ଧି ନାଁରେ ଦିଆଗଲା ବଳଦ ଦଣ୍ଡ । ବେକରେ ଜୁଆଳି ପକାଇ ଲଙ୍ଗଳରେ ହଳ କରାଇଲେ । ରାୟଗଡ଼ା ଜିଲ୍ଲା କଞ୍ଜମଯୋଡ଼ି ଘଟଣାରେ ପୁନରାବୃତ୍ତି

-ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣା । ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ସ୍ଥିତି ନିୟନ୍ତ୍ରଣାଧୀନ, କେଉଁ କାରଣ ପାଇଁ ହେଲା ଯାଞ୍ଚ ଚାଲିଛି କହିଲେ । 'ସାମ୍ପଲ୍ ପରୀକ୍ଷା ପାଇଁ ପଠାଯାଇଛି, ଆସିଲେ ସ୍ପଷ୍ଟ ହେବ' । ସନ୍ଧ୍ୟା ସୁଦ୍ଧା ଅସୁସ୍ଥ ଛାତ୍ର ସୁସ୍ଥ ହୋଇଯିବା ନେଇ ଆଶା

-ପୁଣି ଏକ ଯୋଡ଼ା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ହେବ । ଅନ୍ୟ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବ

-ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଲେ ସିଏମ୍‌

- ଭୟଙ୍କର ଦୁର୍ଘଟଣା; ୧୦ ଫୁଟ୍ ଉପରକୁ ଉଡ଼ିଲା କାର୍ । ନିର୍ମାଣାଧିନ ଜାମୁଘାଟ ପୋଲ ଉପରେ କାର୍ ଦୁର୍ଘଟଣା । ୧୦ ଫୁଟ୍ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର୍ । ଜୟପୁରରୁ ଉଦଳା ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା

-ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ । ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର ମନୋନୀତ । ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ବି ମନୋନୀତ । ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

India News Odisha News Odisha Latest News
Advertisment
Related Articles
Advertisment